ରାଜ୍ୟ

ନିମାପଡ଼ା ଟାଉନ କ୍ଲବର ପ୍ରଥମ ବାର୍ଷିକ ଉତ୍ସବ

Spread It

ନିମାପଡ଼ା ଟାଉନ କ୍ଲବର ପ୍ରଥମ ବାର୍ଷିକ ଉତ୍ସବ

ନିମାପଡ଼ା,୨୨/୪(ଏପିନ୍ୟୁଜ) ନିମାପଡ଼ା ଟାଉନ କ୍‌ଳବର ବାର୍ଷିକଉତ୍ସବ ଏବଂ ସମ୍ବଦ୍ଧର୍ନା ସମାରୋହ  ରାସବାଡ଼ି ମଠ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି।  ଟାଉନକ୍ଲବର ସଭାପତି ଅକ୍ଷୟ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ  ଆଭିମୂଖ୍ୟ ବିଷୟରେ କହିଥିଲେ।  କ୍ଲବର ଉପଦେଷ୍ଟା ବ୍ୟବସାୟୀ ସଚ୍ଚିଦାନ୍ଦ ସାହୁ, ଗ୍ରାମ୍ୟ ମଙ୍ଗଳ କମିଟି ସଭାପତି ପଦ୍ମ ଚରଣ ସାହୁ , ସଂପାଦକ ସୁରେନ୍ଦ୍ର ସାହୁ ଏବଂ ଟାଉନ କ୍ଥବର ସଂପାଦକ ହରେରାମ ସାହୁ ପ୍ରମୁଖ ଯୋଗଦେଇଥିଲେ। ନାଟକ ନିର୍ଦ୍ଦେଶକ ଅରୁଣ ମହାପାତ୍ର , ସମ୍ବାଦିକତା କ୍ଷେତ୍ରରେ ବିଚିତ୍ରା ନନ୍ଦ ସାହୁ , ଚିତ୍ତରଞନ ମହାନ୍ତି, ପୂର୍ବତନ ସଂପାଦକ ଶରତ ସାହୁ, ଓ  କାଶିନାଥବେହେରା , ଫଟ ଗ୍ରାଫର ମନୋଜ କୁମାର ବାରିକପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଅତିଥିମାନେ ଫୁଲତୋନା ମାନପତ୍ର ଦେଇ ସମ୍ବର୍ଦ୍ଦିତ କରିଥିଲେ। ଏହି ଅବସରରେ ଟ‌ଉନ କ୍ଲବର ଯୁବକମାନଙ୍କ ଦ୍ବାରା ପରିବେଷଣ  କରାଯାଇଥିଲା  ସାମାଜିକ ନାଟକ ମୋ  ପ୍ରେମରେ ଲାଗିଲା କାହା ନଜର,।  ସମାଜ ସଂସ୍କାର ଧର୍ମୀ ଏହି ନାଟକଟି ଦୁଇ ଦିନ ଧରି  ରାସବାଡ଼ି ମଠ ପଡ଼ିଆରେ ପରିବେଶିତ ହୋଇଥିଲା। ଏହି ନାଟକରେ ଅକ୍ଷୟ ବେହେରା, ଗୟାଧର ବେହେରା, ଅରୁଣ ମହାପାତ୍ର, କଶିନାଥ ବେହେରା ,ପ୍ରତାପ ପଣ୍ଡା, ପ୍ରମୁଖ ସହଅନ୍ୟ ସଦସ୍ୟମାନେ ଅଭିନୟକରି ପ୍ରଶଂଷାର ପାତ୍ର ହୋଇଥିଲେ।(ଫଟ)

Leave a Reply

Your email address will not be published. Required fields are marked *