ରାଜ୍ୟ

ସାଇ ଇଂଟିଗ୍ରାଲ ସ୍କୁଲର ବାର୍ଷିକ ଉତ୍ସବ

Spread It

ସାଇ ଇଂଟିଗ୍ରାଲ ସ୍କୁଲର ବାର୍ଷିକ ଉତ୍ସବ
ପିପିଲି,୨୪/୪:ସ୍ଥାନୀୟ ସାଇ ଇଂଟିଗ୍ରାଲ ସ୍କୁଲର ବାର୍ଷିକ ଉତ୍ସବ ଉକ୍ତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ସଭାପତି ପ୍ରଫେସର ଦିଲ୍ଲୀପ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ, ନଗରପାଳ ସେକ ବାବୁ, ଅବସରପ୍ରାାପ୍ତ ଶିକ୍ଷକ ତଥା ଲେଖକ ବୃନ୍ଦାବନ ଜେନା, ଚରଣ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନେ ଚରିତ୍ରବାନ ଓ ଭଲ ମଣିଷ ହେବା ସହ ସମାଜର ମହତକାର୍ଯ୍ୟରେ ନିୟୋଜିତ ହେବାକୁ ଅତିଥିମାନେ ଉଦବୋଧନ ଦେଇଥିଲେ । ଅଧ୍ୟକ୍ଷା ସୁନନ୍ଦା ଦାଶ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭାପରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଲକ୍ଷ୍ମୀଧର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ସବ
ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *