ରାଜ୍ୟ

ବୃଦ୍ଧାଙ୍କ ବେକରୁ ସୁନାଚେନ ଝାମ୍ପିନେଲେ ଦୁର୍ବୁତ

Spread It

ବୃଦ୍ଧାଙ୍କ ବେକରୁ ସୁନାଚେନ ଝାମ୍ପିନେଲେ ଦୁର୍ବୁତ
ପିପିଲି,୨୪/୪:ପିପିଲି ଥାନା ପୁବାଶାସନ ବ୍ରାହ୍ମଣସାହିର ଜଣେ ବୃଦ୍ଧାଙ୍କ ବେକରୁ ଦୁଇଜଣ ଦୁବୁର୍ତ ସୁନାଚେନ ଝାମ୍ପି ନେଇଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି । ଉକ୍ତ ଗ୍ରାମର ବ୍ରାହ୍ମଣ ସାହିର ଘନଶ୍ୟାମ ପଣ୍ଡାଙ୍କ ପତ୍ନୀ ସବିତା ପଣ୍ଡା(୬୫) ଆଜି ସକାଳ ପ୍ରାୟ ସାଢେ ୫ଟାବେଳେ ନିଜ ଘର ସମ୍ମୁଖ ଦାଣ୍ଡ ଓଳାଉଥିବାବେଳେ ଦୁଇଜଣ ଦୁବୁର୍ତ ବାଇକରେ ଆସିଥିଲେ । ଜଣେ ଦୁବୁର୍ତ ବାଇକରୁ ଓହ୍ଲାଇ ଶ୍ରୀମତୀ ପଣ୍ଡାଙ୍କ ପାଖକୁ ଯାଇ ତାଙ୍କ ବେକରୁ ସୁନା ଚେନ ଛିଣ୍ଡାଇଥିଲେ ଏବଂ ପଛରୁ ପୂର୍ବ ପ୍ରସ୍ତୁତ ଥିବା ବାଇକ ଆରୋହୀ ତାଙ୍କୁ ବସାଇ ଦୃତ ଗତିରେ ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ଅଭିମୁଖେ ଚାଲିଯାଇଥିଲେ । ଶ୍ରୀମତୀ ପଣ୍ଡା ଉକ୍ତ ଦୁବୁର୍ତଙ୍କୁ ଝାଡ଼ୁରେ ପାହାରେ ପିଟିଥିଲେ ମଧ୍ୟ ସେ ସେଠାରୁ ଖସି ଯାଇଥିଲେ ।
ଏହି ଲୁଟ ଘଟଣା ପଡୋଶୀ ଘର ସିସି କ୍ୟାମେରାରେ କୟଦ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *