ନିମାପଡାରେ ଦୋଳଯାତ୍ରା ଅନୁଷ୍ଟିତ
ନିମାପଡାରେ ଦୋଳଯାତ୍ରା ଅନୁଷ୍ଟିତ
ନିମାପଡା, ୨୩/୩ (ମିନତୀ ପ୍ରଧାନ )ପ୍ରସିଦ୍ଧ ନିମାପଡା ୧0 ଦୋଳଯାତ୍ରା ଆରମ୍ଭ ହୋଇଛି l ରବିବାର ପ୍ରତ୍ୟୁଶରେ ସମସ୍ତ ନୀତିକାନ୍ତି ସରିବା ପରେ ଯାତ୍ରାର ଥାନପତି ରେଗୋପୀନାଥଦେବଙ୍କ ଚଳନ୍ତି ପ୍ରତିମା ଗୋପାଳଜୀ ସୁସଜ୍ଜିତ ଦୋଳ ବିମାନରେ ପାରମ୍ପରିକ ବାଦ୍ୟ ଓ ରୋଷଣୀରେ ମେଳଣ ସ୍ଥଳକୁ ବିଜେ କରିଥିଲା l ଏହି ଅବସରରେ ଶ୍ୟମସୁନ୍ଦରପୁର, ଅମୁ୍ଣିଆପାଟଣା, ଜଇନାବାଦ, ପ୍ରହରାଜସାହି, ଗୁହାଳପଡ଼ା, ଭୁବନିପୁର, ହାଟସାହି ଓ ପାଟପୁରଗ୍ରାମର ରାଧା କୃଷ୍ଣ ଦୋଳବିମାନରେ ମେଳଣ ସ୍ଥଳୀକୁ ବିଜେ କରିଥାନ୍ତି l ସନ୍ଧ୍ୟାରେ ସନ୍ଧ୍ୟା ଆଳତି ସରିବାପରେ ଚିତ୍ତାକର୍ଷକ ଆତସଵାଜୀ ପ୍ରଦର୍ଶନ ପରେ ଠାକୁରମାନେ ପ୍ରତ୍ୟାବର୍ତନ କରିଥାନ୍ତି l ନିମାପଡା ଦୋଳଯାତ୍ରା ବହୁ ପ୍ରାଚୀନ, ଚୈତ୍ରମାସ ଅଷ୍ଟମି ତିଥିରେ ଅନୁଷ୍ଟିତ ହୋଇଥାଏ, ମେଳଣ ସ୍ଥଳୀରେ ଠାକୁରଙ୍କୁ ଦର୍ଶନ କରିବା ବିମନ୍ତେ ଶ୍ରଦ୍ଧଲ୍ଲୂଙ୍କ ଭିଡ ଲାଗିରହିଥାଏ ବୋଲି କମିଟି ସମ୍ପାଦଜ ଅମ୍ବିକା ପ୍ରସଦ ଦାଶ ଏବଂ ସହସମ୍ପାଦକ ପ୍ରଭାକର ପ୍ରଧାନ କୁହନ୍ତି l