ଅବକାରୀ ଥାନା ଚଢଉ କରି ୫ କିଗ୍ରା ଓଜନର ଗଞେଇ ଜବତ
ଅବକାରୀ ଥାନା ଚଢଉ କରି ୫ କିଗ୍ରା ଓଜନର ଗଞେଇ ଜବତ
ନିମାପଡ଼ା, ୩୦/୪(ଇମିସ) ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଦିକାରୀ ନାରାୟଣ ବେହେରାଙ୍କ ନେତୃତ୍ବରେ ଏକ ଦଳ ନିକଟସ୍ଥ ନେଣୁଅଁ ଗ୍ରାମ ନିକଟରେ ଥିବା ନିମାପଡ଼ା ଶାଖା କେନାଲ ପୋଲ ଉପରେ ଚଢୁଉକରି ୫ କିଗ୍ରା ଓଜନର ଗଞେଇ ଜବତ କରଛନ୍ତି। ଏ ସଂପର୍କରେ ଗଞେଇ ରଖିଥିବା ଅଗିଯୋଗରେ ବିଚିତ୍ରାନନ୍ଦ ସାବୁତ (୫୫) ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି। ନିମାପଡ଼ା ଅବକାରୀ ଥାନା କେସନଂ ୨୦/୨୦୨୫-୨୬ରେ ମାମଲାରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲଣ କରିଯାଇଛି। ଜାମିନ ନାମଞୁର ହେବାରୁ ଅଭିଯୁକ୍ତ ଜେଲ ହାଜତକୁ ପଠାଇ ଦିଆଯାଇଛି। ଜବତ ଗଞେଇର ମୁଲ୍ୟ ୫୦ ହଜାର ଟଙ୍କାହେବ ବୋଲି ଅବକାରରୀ ସହକାରୀ ସବ
ଇନିସପେକ୍ଟର ସନ୍ତୋଷ କୁମାର ମହାରଣା ସୁଚନା ଦେଇଛନ୍ତି। ସ୍ବାଗତିକା ଘଡ଼େଇ ତପନ କୁମାର ପ୍ରଧାନ ସୁାଶାନ୍ତ ଜେନା ପ୍ରମୁଖ ଚଢଉ କରିଥିଲେ।