ରାଜ୍ୟ

ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା

Spread It

ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର ତା 8/5/25 –
ମହିଳା ଏବଂ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଲକ୍ଷ ନେଇ ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା ୭ ଓ ୮ ମଇ ରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ, ଲକ୍ଷ୍ମୀସାଗର, ଭୂବନେଶ୍ବର ଠାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା(ଭା.ପ୍ର.ସେ.), ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏହି କର୍ମଶାଳା ରେ ଓଡ଼ିଶାର ୩୦ ଟି ଜିଲ୍ଲାରୁ ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀ, ଆର୍ଥିକ କାରବାର ବୁଝୁଥିବା ଜିଲ୍ଲା ସ୍ତରୀୟ କର୍ମଚାରୀ, ୱାନ ଷ୍ଟପ ସେଣ୍ଟର, ଶକ୍ତି ସଦନ ତଥା ସଖୀ ନିବାସ ପରିଚାଳନା କରୁଥିବା ଅଣ-ସରକାରୀ ସଂଗଠନ (ଏନଜିଓ)ଙ୍କ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ସରକାରୀ ବ୍ୟବସ୍ଥା ଏବଂ ପ୍ରୋଟୋକଲ ସହିତ ସୁସଙ୍ଗତ ହେବା ପାଇଁ ତଥା ଆର୍ଥିକ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନ୍ୱୟନ କ୍ଷେତ୍ରଗୁଡ଼ିକ ଉପରେ ପ୍ରତକ୍ଷ ତାଲିମ ଦେବା ଏହି କାର୍ମଶାଳାର ଲକ୍ଷ ।
ଏହି ଦୁଇ ଦିନିକିଆ କର୍ମଶାଳା କେବଳ ଏନ. ଜି. ଓ. ଗୁଡ଼ିକର ଆର୍ଥିକ ଦକ୍ଷତା ବୃଦ୍ଧି କରିବା ନୁହେଁ ବରଂ ଡକ୍ୟୁମେଣ୍ଟେସନ୍, ଅନୁପାଳନ, ପ୍ରଭାବୀ ରିପୋର୍ଟିଂ, ଆଇନଗତ ଢାଞ୍ଚା ଏବଂ ଡିଜିଟାଲ୍ ସମନ୍ୱୟ ଭଳି ପ୍ରମୁଖ ଦାୟିତ୍ୱ ବିଷୟରେ ସେମାନଙ୍କର ଧାରଣା ଆହୁରି ଶାଣିତ କରିବା ଲକ୍ଷ୍ୟରେ ଆୟୋଜନ କରାଯାଇଥିଲା । ଯେହେତୁ ଆଜିକାଲି ସରକାରଙ୍କ ସମସ୍ତ ଦେଣନେଣ ପ୍ରକ୍ରିୟା ଏସ.ଏନ.ଏ ସ୍ପର୍ଶ (SNA SPARSH) ପୋର୍ଟାଲ ମାଧ୍ୟମରେ ସମ୍ପାଦିତ କରାଯାଉଛି ତେଣୁ ଏହାର କାର୍ଯ୍ୟକାରିତାକୁ ପରିଚିତ କରାଇବା ତଥା SNA SPARSH ରେ ବିଲ୍ କିପରି ଜେନେରେଟ୍ ଏବଂ ଅପଲୋଡ୍ କରାଯିବ, ବିନିଯୋଗ ପ୍ରମାଣପତ୍ର /ଖର୍ଚ୍ଚ ବିବରଣୀ ଦାଖଲ, ପାଣ୍ଠି ପ୍ରକାଶନ ପ୍ରୋଟୋକଲ ଏବଂ ରିପୋର୍ଟିଂ ଭଳି ଜରୁରୀ କାର୍ଯ୍ୟଗୁଡ଼ିକ ଉପରେ ପ୍ରତ୍ୟକ୍ଷ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା । ଏଥି ସହିତ ଡିଜିଟାଲ୍ ମନିଟରିଂ ଉପକରଣର ବ୍ୟବହାର ଯଥା ମିଶନ ଶକ୍ତି ଡ୍ୟାସ ବୋର୍ଡ, ଗୁଗୁଲ ଶୀଟ ଆଦିର ପ୍ରଭାବଶାଳୀ ଉପଯୋଗ ଉପରେ ମଧ୍ୟ ଆଲୋକ ପାତ କରାଯାଇଥିଲା ଯାହା ତଥ୍ୟ ପ୍ରସ୍ତୁତି, ସଂରକ୍ଷଣ ତଥା ସେୟାରିଂ ସୂଚାରୁ ଓ ସରଳୀକରଣ କରିବାରେ ସହାୟକ ସାବ୍ୟସ୍ତ ହେବ ।

Leave a Reply

Your email address will not be published. Required fields are marked *