ରାଜ୍ୟ

କଳାପତକା ଦେଖାଇଲେ ଯୁବକଂଗ୍ରେସ କର୍ମୀ ବନ୍ଧା ହେଲେ ସମୀର ଦାଶ ସମର୍ଥକ ଯୁବକ

Spread It

କଳାପତକା ଦେଖାଇଲେ ଯୁବକଂଗ୍ରେସ କର୍ମୀ ବନ୍ଧା ହେଲେ ସମୀର ଦାଶ ସମର୍ଥକ ଯୁବକ

ନିମାପଡ଼ା,୬/୬(ଏପିନ୍ୟୁଜ) ଉତ୍କର୍ଷ ନିମାପଡ଼ା କନକ୍ଲେଭର ଉଦଯାପନୀ ଉତ୍ସବରେ ଯୋଗଦେବାପାଇଁ ପୁରୀ ସାସଂଦ ସମ୍ବିତ ପାତ୍ର ଆସିଥିଲେ। ତାଙ୍କ ଆସିବା ବାଟରେ ନିମାପଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟରେ କେତେକ ଯୁବ କଂଗ୍ରେସ କର୍ମୀ ସାସଂଦ ଶ୍ରୀ ପାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିଷୋଦଗାର କରିୁଥିବାରୁ ତାଙ୍କୁ କଳା କଳାପତକା ଦେଖାଇ ଗୋବ୍ୟାକ ଗୋବ୍ୟାକ ନରାବାଜି କରିଥିଲେ। ହଠାତ ଯୁବ କଂଗ୍ରେସ କର୍ମୀମାନେ ରାସ୍ତା ଉପରକୁ ଚାଲି ଆସିବାରୁ ପୁଲିସ ସେଠାରେ ପହଁଞ୍ଚି ଘଉଡ଼ାଇ ଦେଇଥିଲେ। ପୁଲିସ ରାତି ଅଧିଆ ଚଢଉ କରି ବିଜେପି ମୁଖପାତ୍ର ସମୀର ଦାସ ଦୃଢ ସମର୍ଥକ ଯୁବକ ଦୁଷ୍ମନ୍ତ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଦୁଷ୍ମନ୍ତ ପ୍ରଧାନ ଘଟଣା ସ୍ଥଳରେ ଉପସ୍ଥିତ ରହି ମୋବାଇଲରେ ଫଟ ଉଠାଉଥିବାସହ ଉସୁକାଉଥିବା ପୁଲିସ ଅଭିଯୋଗ କରିଛି। ଗିରଫ ଯୁବକନାମରେ ହତ୍ୟା ଉଦ୍ୟମ କରୁଥିବା ଦଫା ଲଗାଯାଇଛି। କାଉନ୍‌ସିଲର୍‌ ନିରଞ୍ଜନ ନାୟକଙ୍କ ଅଭିଯୋଗ ଉପରେ ପୁଲିସ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *