ରାଜ୍ୟ

ବିଶ୍ବ ପରିବେଶ ଦିବସ-୨୦୨୫

Spread It

ବିଶ୍ୱ ପରିବେଶ ଦିବସ- ୨୦୨୫ ଅବସରରେ ଆଜି ଗଡ଼ପଦନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଣପୁର ଗ୍ରାମର ସଂକଳ୍ପ ଯୁବ ପରିଷଦ ଭାଣପୁର ଓ ଭାଣପୁର କ୍ରିକେଟ୍ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା ସହିତ ପରିବେଶ ପ୍ରତି ଲୋକମାନଙ୍କର ସଚେତନତା ବୃଦ୍ଧି କରିବା। ଏଥିରେ ସ୍ବଚ୍ଛତା ଅଭିଯାନ, ସଚେତନତା ପଦଯାତ୍ରା, ବୃକ୍ଷରୋପଣ, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବାହ୍ନରେ ଗାଁ ରାସ୍ତା, ମନ୍ଦିର, ନଳକୂପ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସଫେଇ କାର୍ଯ୍ୟ କରାଯାଇଥିଲା । ଅପରାହ୍ନରେ ଗ୍ରାମର ଯୁବକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ସ୍ଲୋଗାନ ଓ ପୋଷ୍ଟର ମାଧ୍ୟମରେ ସଚେତନତା ରାଲି ବା ପଦଯାତ୍ରା କରି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଭାଣପୁର ଖେଳ ପଡ଼ିଆରେ ପହଞ୍ଚିଥିଲେ । ପଡ଼ିଆରେ ବିଭିନ୍ନ ପ୍ରକାରର ୫୦ ରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଥିଲା । ଏହାପରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପରିବେଶ ସମ୍ବଧୀୟ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଅତିଥିମାନେ ସୁସ୍ଥ ସୁନ୍ଦର ପରିବେଶ ଗଠନ ପାଇଁ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ପରିଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗଦେଇଥିଲେ ଗଡ଼ପଦନପୁର ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ ଶ୍ରୀଯୁକ୍ତ ରାକେଶ କୁମାର ବାରିକ, ଶିକ୍ଷାବିତ୍ ଶ୍ରୀଯୁକ୍ତ ପ୍ରବୋଧ କୁମାର ମିଶ୍ର, ସମାଜସେବୀ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ମହାନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଗ୍ରାମ କିଶୋର ପରିଡ଼ା, ସୁଶାନ୍ତ କୁମାର ପଣ୍ଡା, ବଳରାମ ପରିଡ଼ା, ରାକେଶ ପ୍ରଧାନ,ସତ୍ୟଜ୍ୟୋତି ମହାନ୍ତି,ସୌମ୍ୟରଂଜନ ପରିଡ଼ା,ସରୋଜ କୁମାର ଦାସ,ରାଜୁ, ଲିଟୁ, ସଂଜୁ, ସତ୍ୟ,ସିପୁନ, ସିପୁ, ଗୁଡ଼ୁ, ଲିପୁ, ବିନୋଦ, ସୋମୁ,ମଣ୍ଟୁ ବଇ, ଓମ୍ ଓ ଅନ୍ୟମାନେ ।

Leave a Reply

Your email address will not be published. Required fields are marked *