ଆନ୍ତର୍ଜାତୀୟ ସମବାୟ ଦିବସ ପାଳିତ ଓ ରବି ଧାନ କ୍ରୟପାଇଁ ମଣ୍ଡି ଉଦଘାଟିତ
ଆନ୍ତର୍ଜାତୀୟ ସମବାୟ ଦିବସ ପାଳିତ ଓ ରବି ଧାନ କ୍ରୟପାଇଁ ମଣ୍ଡି ଉଦଘାଟିତ
ନିମାପଡ଼ା,୬/୬(ଏପି ନ୍ୟୁଜ) ସ୍ଥାନୀୟ ଆରସିଏମଏସ ପରିସରରେ ଥିବା କପିଲେଶ୍ବର ସମବାୟ ସମିତି ,ପାଟପୁର ଅଫିସ ଠାରେ ଆନ୍ତର୍ଜାତୀୟ ସମବାୟ ଦିବସ ପାଳିତ ହୋଇଯାଇଛି ଏବଂ ରବି ଧାନ କ୍ରୟ ପାଇଁ ଆଜି ମଣ୍ଡି ଉଦଘାଟିତ ହୋଇଯାଇଛି। ଚଳିତ ଋତୁରେ କପିଲେଶ୍ବର ସମବାୟ ସମିତିରେ ଧାନ ବିକ୍ରି କରିବାପାଇଁ ୧୦୭ ଜଣ ୭୦ ଜଣ ମୁଗବିରି ପାଇଁ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ପଞ୍ଜିକରଣ କରିଥିବା ଚାଷୀମାନଙ୍କ ଠାରୁ ସମବାୟ ସମିତି ଧାନ କ୍ରୟ କରିବେ। ଆନ୍ତର୍ଜାତିକ ସମବାୟ ଦିବସ ଆଜି ସାରା ବିଶ୍ବରେ ପାଳନ ସଂପର୍କରେ ଏବଂ ସମବାୟ ସମିତି ଦ୍ବାରା କୃଷକର ଉନ୍ନତି ଓ ବିକାଶ ଯୋଗଦେଇଥିବା ଅତିଥିମାନେ ସୂଚନା ଦେଇଥିଲେ। କୃଷି ବୈଷୟିକ ଅଧିକାରୀ ଶ୍ରୀକାନ୍ତ କୁମାର ବଢେଇ ଚାଷୀମାନଙ୍କୁ ଉଦବୋଧନ ରେ କହିଛନ୍ତି ଧାନର ଚାଷର ବିକଳ୍ପ ଚିନ୍ତାକରିବା ଆବଶ୍ୟକ। ଧାନଚାଷରେ ପ୍ରଚୁର ପାଣିର ଆବଶ୍ୟକ ପଡ଼ିଥାଏ । ଉପସ୍ଥିତ ଥିବା ଚାଷୀମାନଙ୍କୁ ରବି ରୁତୁରେ ଧାନ ଜମିକୁ ଜମିକୁ ପଡ଼ିଆ ରଖିବାକୁ ପରାମର୍ଶ ଦେଇଥିଲେ ବିକଳ୍ପ ଭାବେ କମପାଣି ଓ ଅର୍ଥ ଖର୍ଚ୍ଚରେ ମୁଗ ବିରିଭଳି ଅର୍ଥକାରୀ ଫସଲ ଚାଷ କରିବାକୁ ପରାମର୍ଶ ଦେଇଥିଲେ। କପିଳେଶ୍ବର ସମବାୟ ସମିତି ସଭାପତି ପଦ୍ମଲୋଚନ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟଅତିଥିଭାବେ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ପାଟପୁର ଆରଆଇ ନିଝରାଣୀ ଭୋଇ ଏବଂ ସୈାମ୍ୟା ସ୍ବାଶତ ଯୋଗଦେଇ ନଡ଼ିଆ ବାଡ଼େଇ ଧାନ ମଣ୍ଡି ଉଦଘାଟନ କରିଥିଲେ ।ସମବାୟ ସମିତି ସଂପାଦକ ବିଜୟିନୀ ଦାସ ଧନ୍ୟବାଦ ଦେଇଥିଲେ। ଶହେରୁ ଉର୍ଦ୍ଧ୍ବ ଚାଷୀ ଏହି ଉତ୍ସବରେ ଯୋଗଦେଇଥିଲେ।