ରାଜ୍ୟ

ଗଣତନ୍ତ୍ରରେ କଳାପତକା ଦେଖାଇବାରୁ କଂଗ୍ରେସ କର୍ମୀଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା

Spread It

ଗଣତନ୍ତ୍ରରେ କଳାପତକା ଦେଖାଇବାରୁ କଂଗ୍ରେସ କର୍ମୀଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା

ନିମାପଡ଼ା,୭/୬(ଏପିନ୍ୟୁଜ) ଗଣତନ୍ତ୍ରରେ କଣନେତାଙ୍କୁ କଳାପତକା ଦେଖାଇବା ମନା । ପୁରୀ ସାସଂଦ ସମ୍ବିତ ପାତ୍ର ନିମାପଡ଼ା ଗ୍ରସ୍ତ ସମୟରେ କେତେକ ଯୁବ କଂଗ୍ରେସ କର୍ମୀ ସାସଂଦ ପାତ୍ରଙ୍କୁ କଳା ପତକା ଦେଖାଇଥିଲେ। ପୁଲିସ ରାତି ଅଧିଆ ଚଢୁକରି ଜଣେ ଯୁବକଙ୍କୁ ଗିରଫ କରି ଉକ୍ତ ଯୁବକ ନାମରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିବାରୁ ନିମାପଡ଼ା ବ୍ଲକ କଂଗ୍ରେସ ସଂଯୋଜକ ବାବୁଲି ବାରିକ ପୁଲିସ ଉପରେ ବର୍ଷିଛନ୍ତି। ପୁଲିସ ଉକ୍ତ ଘଟଣାର ମନଗଢା କାହାଣୀ ଉପରେ ତଦନ୍ତ ନକରି ମିଥ୍ୟା ମକଦ୍ଦମା ରୁଜୁ କରିଛି ଏହା ବିରୁଦ୍ଧରେ କଂଗ୍ରେସ କର୍ମୀମାନେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୧୨ ତାରିଖରେ ଥାନା ଆଗରେ ଶହଶହ ସଂଖ୍ୟାରେ କଂଗ୍ରେସକର୍ମୀ ମାନେ ଏକାଠି ହୋଇ ଗିରଫ ପ୍ରତିବାଦରେ ଧାରଣା ଦେବେ ବୋଲି ପୁଳିସ ଆଇଆଇସିଙ୍କୁ ଭେଟି ସଂଯୋଜକ ଶ୍ରୀ ବାରିକ ଦରଖାସ୍ତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *