ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ପାଇଁ ଆହ୍ବାନ
ନିମାପଡା ୮/୬ (ଏପିନ୍ୟୁଜ) ପ୍ଲାଷ୍ଟିକ ମୁକ୍ତ ପରିବେଶ ଆହ୍ବାନ ନେଇ ଆଜି “ଜାଗ୍ରତ ଯୁବଶକ୍ତି” ଯୁବ ସଂଗଠନ ପକ୍ଷରୁ ନିମାପଡ଼ା ଅଞ୍ଚଳର ଏକମାତ୍ର ଜଙ୍ଗଲ ତଥା ବଣଭୋଜି ସ୍ଥଳ ମା ମନସା କାନନ “ଦିଘାଳ ଜଙ୍ଗଲ” ସଫେଇ କରାଯାଇଥିଲା ଯେଉଁଥିରେ ୨ଟନ୍+ ପ୍ଲାଷ୍ଟିକ ଆବର୍ଜନା, ପରିତ୍ୟକ୍ତ ସାମଗ୍ରୀ ସଂଗ୍ରହ କରାଯାଇ ପୁନଃବ୍ୟବହାରଯୋଗ୍ୟ କରାଯିବା ଲକ୍ଷ୍ୟରେ ପ୍ରଦାନ କରାଯାଇଥିଲା । ବଣଭୋଜି କରିବାକୁ ଦିଘାଳ ନିକଟସ୍ଥ ଜଙ୍ଗଲର ମନସା କାନନରେ ସ୍ବଚ୍ଛତା, ସବୁଜିମା ଓ ସୌନ୍ଦର୍ଯ୍ୟ ବଜାୟ ରଖିବା ଦିଗରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଦିଘାଳ ଜଙ୍ଗଲ ରୁ ପ୍ରାୟ ୨ଟନ+ ପ୍ଲାଷ୍ଟିକ ଆବର୍ଜନା, ପରିତ୍ୟକ୍ତ ସାମଗ୍ରୀ ସଂଗ୍ରହ କରାଯାଇ ପୁନଃବ୍ୟବହାରଯୋଗ୍ୟ ହେବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ବଣଭୋଜି କରିବାକୁ ଆସୁଥିବା ଲୋକମାନେ ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ପାଇଁ ପରିବେଶବିତ୍ତମାନେ ମତ ପ୍ରକାଶ କରିଛନ୍ତି।