ମଧ୍ୟମେଶ୍ୱର ବରିଷ୍ଠ ନାଗରିକ ମଂଚ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ମଧ୍ୟମେଶ୍ୱର ବରିଷ୍ଠ ନାଗରିକ ମଂଚ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବୃକ୍ଷ ରୋପଣ ଏକ ମହତ କାର୍ଯ୍ୟ । ଜୀବନଧାରଣ ପାଇଁ ଆମ୍ଭେମାନେ ବୃକ୍ଷଲତା ଉପରେ ନିର୍ଭର କରୁ । ତେଣୁ ଭାରତୀୟ ଦର୍ଶନରେ ବୃକ୍ଷକୁ ଦେବତା ରୂପେ ବର୍ଣ୍ଣନା କରାଯାଇଛି । ଆଜି ମଧ୍ୟମେଶ୍ୱର ବରିଷ୍ଠ ନାଗରିକ ମଂଚ ତରଫରୁ ଗ୍ୟାରେଜ ଛକ ନିକଟସ୍ଥ ଲକ୍ଷ୍ମୀ ମନ୍ଦିର ପାଶ୍ୱର୍ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଏମସି କର୍ପୋରେଟର ନୃପେଶ ନାୟକ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଅତସୀ କୁମାର ସ୍ୱାଇଁ, ସଂପାଦକ ଶେଷଦେବ ମିଶ୍ରଙ୍କ ସମେତ ଭାସ୍କର ପାତ୍ର, ତାହାମୁଲ୍ ହୋସେନ, ନାରାୟଣ ଚନ୍ଦ୍ର ସାହୁ, ବାମନ ଚରଣ ସାହୁ, ପ୍ରସାନ୍ତ ମହାପାତ୍ର, ଗଣେଷ ଚନ୍ଦ୍ର ରାଉତ, ଘନଶ୍ୟାମ ନାୟକ, ଦୈତାରି ବରାଳ, ଲଳିତ ମହାନ୍ତି, ଅଲେଖ ନାୟକ, ଭଗବାନ ପାତ୍ର, ସୁକାନ୍ତ ନାୟକ, ମୁରଳୀଧର ସ୍ୱାଇଁ ୍ର ପ୍ରମୁଖ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ।
