ରାଜ୍ୟ

ପୁରୀ ଜିଲ୍ଲାପାଳଙ୍କ ରଥଯାତ୍ରା ଉପଲକ୍ଷେ ପୌରାଞ୍ଚଳର ୩୨ଟି ୱାର୍ଡର ଉନ୍ନୟନ ମୂଳକ କାର୍ଯ୍ୟଉପରେ ସମୀକ୍ଷା

Spread It

 ଆଜି ତା ୧୭/୦୬୨୦୨୫ ରିଖ ସଂନ୍ଧ୍ୟା ୫ ଘ ୩୦ ମିନିଟ ସମୟ ରେସର୍କିଟ ହାଉସ ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କ ଅଧକ୍ଷାତାରେ ପୌରାଞ୍ଚଳ ର ୩୨ ଟି ୱାର୍ଡ ର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ଏଥିରେ ଜିଲ୍ଲାସ୍ତରୀୟ ୩୨ଜଣ ଅଧିକାରୀ ଙ୍କୁ ନୋଡାଲ ଅଫିସର ଭାବରେ ୱାର୍ଡ ର ତଦାରଖ କରିବା ପାଇଁ ନିଯୁକ୍ତ ହୋଇଛନ୍ତି . ବୈଠକ ରେ ପୌର ଅଧିକାରୀ ଅଭିମନ୍ୟୁ ବେହରା ପ୍ରତ୍ୟକ ୱାର୍ଡ ର କାର୍ଯ୍ୟ କର୍ମ ର ରିପୋର୍ଟପାଠ ଦାଖଲ କରିଥିଲେ . ଏଥିରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପ୍ରତ୍ୟକ ୱାର୍ଡ ର ସାନିଟେସନ ଉପରେ ଗୁରୁତ୍ଵ ଦେଇଥିଲେ, ମଶା କାମୁଡିବା ଦାଉରୁ ରକ୍ଷା ପାଇବା ପାଇଁ ପ୍ରତ୍ୟକ ୱାର୍ଡ ରେ ସପ୍ତାହକୁ ୨ ଥର ଲେଖାଏ ମଶା ଧୂଆଁ ଗାଡି ରୁ ଧୂଆଁ ଛାଡ ଯାଉଛି, କେଉଁଠି ନଳା କାମ ସାରିଛି କି ନାହିଁ ରାସ୍ତା ଘାଟ କାମ ହୋଇଛି କି ନାହିଁ, ତାହା ତଦାରଖ କରିଥିଲେ ତେଣୁ କରି ନଳା ଉପରେ ସ୍ଥାପ ପଡିକି ନାହିଁ ତାହା ତଦାରଖ କରିଥିଲେ, କେଉଁ ଲୋକ ଜବର ଦାଖଲ କରି ରାସ୍ତା ରେ ମଇଳା ଗଦା ବା ମାଟି ଗୋଡି ଜମା ହୋଇଛି ତାହା ତାଙ୍କ ନଜର କୁ ଆସିଥିବାରୁ ସେ ଗୁଡାକ ଗାଡି ଲଗେଇ ତୁରନ୍ତ ରାସ୍ତା ରୁ ହଟେଇ ସଫା କରିବା ପାଇଁ ପୌର ଅକାରୀ ଙ୍କୁ ନିଦେର୍ଶ ଦେଇଛନ୍ତି . ଯେପରି କୌଣସି ଜନସାଧାରଣ ଙ୍କ ଠାରୁ ଅଭିଯୋଗ ନଆସେ , କାର୍ଯ୍ୟ ଗୁଡିକୁ ସୁଚାରୁରୂପେ କରିବା ପାଇଁ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ନିଦେର୍ଶ ଦେଇଛନ୍ତି . ଉକ୍ତ ବୈଠକ ରେ ଡେପୁଟି କଲେକ୍ଟର ବିବେକା ନନ୍ଦ ସାହୁ, ଆସିଷ୍ଟାଣ୍ଡ କଲେକ୍ଟର ଆଶୁତୋଷ ଦେଓ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଡେପୁଟି କଲେକ୍ଟର ସୁଶାନ୍ତ କୁମାର ପଟନାୟକ, ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଙ୍କ ସମେତ ପୌର କାର୍ଯ୍ୟାଳୟ ର ଜେଲ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଥିଲେ |

Leave a Reply

Your email address will not be published. Required fields are marked *