ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ପୋଲିସ୍ ଅଧିକାରୀ ।
ନିମାପଡ଼ା ୧୯/୦୬(ଏପିନ୍ୟୁଜ୍) ପୁରୀ ଜିଲ୍ଲାର ଚନ୍ଦନପୁର ଥାନାର କାର୍ଯ୍ୟରତ ଏ.ଏସ.ଆଇ ପ୍ରଭାତ କୁମାର ପ୍ରଧାନଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଏହି ଘଟଣା ଏକ ଜମିଜମା ମାମଲା ସହ ସଂପୃକ୍ତ, ଏ.ଏସ୍.ଆଇ ପ୍ରଧାନ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ଥିଲେ । ଅଭିଯୋଗକାରୀ ଏହି ଘଟଣା ବିଷୟରେ ଭିଜିଲାନ୍ସ କାର୍ଯ୍ୟଳୟକୁ ଅବଗତ କରାଇଥିଲେ । ଏହା ଫଳରେ ଭିଜିଲାନ୍ସ ଟିମ୍ ଆଜି ଏ.ଏସ୍,ଆଇ ପ୍ରଧାନଙ୍କୁ ଅଭିଯୋଗକାରୀଙ୍କ ଠାରୁ ୧୫,୦୦୦ ନେଉଥିବା ବେଳେ ଧରିଛନ୍ତି । ଅଭିଯୁକ୍ତ ଏ.ଏସ୍.ଆଇ ପ୍ରଭାତ କୁମାର ପ୍ରଧାନଙ୍କ ନିକଟରୁ ଏହି ଲାଞ୍ଚ ଟଙ୍କା ଭିଜିଲାନ୍ସ ଟିମ୍ ଉଦ୍ଧାର କରାଯାଇଛି । ଏହି ଟ୍ରାପ୍ ପରେ ଏ.ଏସ୍.ଆଇ ପ୍ରଧାନଙ୍କ ଦୁଇଟି ସ୍ଥାନରେ ଏକାସଙ୍ଗେ ତଲାସୀ ଚାଲିଛି । ଏହି ଘଟଣା ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ-୧୨/୨୦୨୫,ଧାରା ୭ ପି.ସି ସଂଶୋଧନ ଆଇନ୍ ୨୦୧୮ ଅନୁଯାୟୀ ମାମଲା ରୁଜୁ ହୋଇଛି । ଏ.ଏସ.ଆଇ ପ୍ରଧାନଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି ଏବଂ ତାଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଚାଲିଛି ।
