ରାଜ୍ୟ

ଠାକୁର ନିଗମାନନ୍ଦଙ୍କ ୭୫ ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ପ୍ରସ୍ତୁତି ବୈଠକ

Spread It

ପୁରୀ ୨୦/୧ (ଏ.ପି ନ୍ୟିୁଜ) ଜାନୁଆରୀ ୩୦ ତାରିଖରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ପାର୍କିଂ ସ୍ଥଳ ଠାରେ ଅନୁଷ୍ଠିତ ହେବ ଠାକୁର ନିଗମାନନ୍ଦଙ୍କର ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ୭୫ ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ।ଏହି କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପର୍ଣ୍ଣ କରିବାକୁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଅଧ୍ୟକ୍ଷତା କରିବା ସହ ଭକ୍ତ ସମ୍ମିଳନୀ କୁ ସୁଚାରୁ ରୁପେ ପରିଚାଳନା ପାଇଁ ବିଭିନ୍ନ ବିଭାଗକୁ ଦିଆ ଯାଉଥିବା ଦାୟିତ୍ୱ ସୁଚାରୁ ରୁପେ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ। ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ଚୁଡାନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା ।ପ୍ରାଦେଶିକ ଭକ୍ତ ସମ୍ମିଳନୀର ସଭାପତି ସନ୍ତୋଷ କୁମାର ମହାନ୍ତି ସମସ୍ତଙ୍କୁ ସ୍ବାଗତ କରିବା ସହ ଅନୁଷ୍ଠାନର ରାଜ୍ୟରେ ୧୭୦ ଟି ,ରାଜ୍ୟ ବାହାରେ ୧୨ ଗୋଟି ଓ ବିଦେଶରେ ୨ ଗୋଟି ଶାଖା ରହିଛି।ବିଭିନ୍ନ ସମୟରେ ବିଭିନ୍ନ ଶାଖା ଏହାର ଆୟୋଜନ କରିଥିବା ସୂଚନା ଦେବା ସହ ପ୍ରାୟ ୨୫ ବର୍ଷ ପରେ ପୁରୀ ରେ ଏହି ସମ୍ମିଳନୀ ହେଉଛି ବୋଲି କହିଥିଲେ।ପରିଚାଳକ ଶରତ ଚନ୍ଦ୍ର ସିଂଦେଓ ବିସ୍ତୃତ ସୂଚନା ଦେଇ ଜାନୁଆରୀ ୩୦ ରେ ଅଧିବାସ ଓ ଅନ୍ୟ ତିନି ଦିନ ସମ୍ମିଳନୀ ହେବ।ପ୍ରାୟ ୧୦ ହଜାର ଭକ୍ତ ଙ୍କ ର ସମାବେଶ ହେବ।ମୂଳ ପୀଠ ସୋଲାଖିଆ ବରଗଛ ସ୍ଥିତ ଆଶ୍ରମ ଠାରୁ ଏକ ଶୋଭାଯାତ୍ରା ବାହାରି ତାଳବଣିଆ ସମାବେଶ ଠାରେ ପହଞ୍ଚିବ ବୋଲି ସୂଚନା ଦେଇଥିଲ।ଏହି ବୈଠକରେ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ଏହା ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତଙ୍କ ସହଯୋଗ ରେ ସଫଳ ଭାବେ ଆୟୋଜନ କରାଯିବ।ପ୍ରତ୍ୟେକ ବିଭାଗ ମଧ୍ୟରେ ସମନ୍ୱୟ ରଖି ଅନୁଷ୍ଠାନ କାର୍ଯ୍ୟ କରିବା ସହ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା, ସୁରକ୍ଷିତ ରହଣୀ, ସୁରକ୍ଷିତ ଯାତ୍ରା କୁ ସୁନିଶ୍ଚିତ କରିବ ବୋଲି ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଡିଆଇବି ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ,ଡେପୁଟି କଲେକ୍ଟର ପ୍ରିୟଦର୍ଶନୀ ମଲ୍ଲିକ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଅନୁଷ୍ଠାନର ଉପ ସଭାପତି କୀର୍ତ୍ତନ ପାତ୍ର, ସମ୍ପାଦକ ନରେଶ ଚନ୍ଦ୍ର ପତି, ସଦସ୍ୟ ଚିତ୍ତ ରଞ୍ଜନ ମହାନ୍ତି, ଧନଞ୍ଜୟ ଦଳାଇ,ଶାନ୍ତିମତି ଦାସ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
ଶେଷରେ ପରିଚାଳକ ଶ୍ରୀ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *