ନିମାପଡ଼ାରେ ଆଡ଼ମ୍ବର ସହ ରଜ ପର୍ବ ପାଳନ
ନିମାପଡ଼ା,୧୭/୦୬(ଏପିନ୍ୟୁଜ) ନିମାପଡ଼ା ଏନ. ଏ.ସି ଅଞ୍ଚଳରେ ପ୍ରଥମଥର ରଜ ମହୋତ୍ସବ ପାଳନ କରାଯାଇଛି । ରଜ ପର୍ବ ଓଡ଼ିଶାର ଏକ ଗଣ ପର୍ବ ଓଡ଼ିଶାର କଳା, ସଂସ୍କୃତି, ଐ୍ୟତିହ ପରମ୍ପରାକୁ ଉଦଯିବିତ କରି ରଖିବା ଓଡ଼ିଆଙ୍କ କର୍ତବ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହୋଦୟା କହିଛନ୍ତି । ନୟା ସବେରା ୟୁଥ୍ ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ, ଏବଂ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ମୁକ୍ତାକାଶ ପଡ଼ିଆରେ ରଜ ମହୋତ୍ସବ ସୋମବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କୁନି ପିଲାମାନଙ୍କ ସହ ଖୁସିରେ ରଜ ଦୋଳି ଖେଳିଥିଲେ । ଅତିଥି ଭାବେ ମିସ୍ ଇଣ୍ଡିଆ ବିଜେତା ସୁଶ୍ରୀ ସଂଜନା ପ୍ରଧାନ ଚଳଚ୍ଚିତ୍ର ନିର୍ଦ୍ଧେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ସମାରୋହରେ ନୃତ୍ୟ, ସଂଙ୍ଗୀତ, ଝୋଟି, ପୁଚିଂ, ହୁଳହୁଳି, ଶଙ୍ଖ ବାଦନ ସମେତ ବିଭିନ୍ନ ପ୍ରତିଯୋଗିତାର ୧୫୦ ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେହୁରା ନୟା ସବେରା ୟୁଥ ଟ୍ରଷ୍ଟ ସଂପାଦକ ନିର୍ମଳ ପରିଜା, ଉପେଦଷ୍ଟା ପ୍ରତାପ ସାବୁତ୍, ଜୀବନଜ୍ୟୋତି ଶତପଥୀ ପୁରସ୍କୃତ କରିଥିଲେ । ଉଦ୍ଯାପନୀ ସନ୍ଧ୍ୟାରେ ଶିଳ୍ପୀଙ୍କ ଦ୍ୱାରା ପରିବେଶିତ ନୃତ୍ୟ, ସଂଙ୍ଗୀତ ଏବଂ ପିଠା ଓ ପାନ ବଜାର ଦର୍ଶକ ମାନଙ୍କୁ ଆକର୍ଶିତ କରିଥିଲା । ଟ୍ରଷ୍ଟ ପକ୍ଷରୁ ବିଚିତ୍ରା ନନ୍ଦ ପାତ୍ର, ପ୍ରଦୀପ ସ୍ୱାଇଁ , ଜଗବନ୍ଧୁ ପରିଡ଼ା, ବନିତା ଜେନା, ଲକ୍ଷ୍ମୀପ୍ରିୟା ତ୍ରିପାଠୀ ପ୍ରମୁଖ ଉତ୍ସବ ଓ କାର୍ଯ୍ୟକ୍ରମର ସଂଯୋଜନା ଏବଂ ପରିଚାଳନା କରିଥିଲେ । ନିରଜଂନ ପଳତା ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ ।