ନିମାପଡା ଅଟୋନୋମସ୍ କଲେଜର +୨ ଛାତ୍ରଛାତ୍ରୀ ମାନଙ୍କର ଯୁକ୍ତ ଦୁଇ ଫଳାଫଳ ପ୍ରକାଶ
ନିମାପଡା୨୧/୦୫ (ଏପିନ୍ୟୁଜ) ନିମାପଡା ଅଟୋନୋମସ୍ କଲେଜର +୨ ବିଜ୍ଞାନର ଛାତ୍ର ରାଜେଶ କୁମାର ନାୟକ ସର୍ବାଧିକ ୫୬୨ ନମ୍ବର ରଖି ନିମାପଡା କଲେଜରେ ଗୌରବ ଆଣିଛନ୍ତି । ରାଜେଶ କୁମାର ନାୟକ +୨ ବିଜ୍ଞାନରେ ୯୩.୬% ନମ୍ବର ରଖିଛନ୍ତି । ଏହି କଲେଜରେ +୨ବିଜ୍ଞାନରେ ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୨୮୫ ଜଣ ପାସ କରିଛନ୍ତି ଏବଂ ଦ୍ବିତୀୟ ଶ୍ରେଣୀରେ ୭୬, ତୃତୀୟ ଶ୍ରେଣୀରେ ୨୪ଜଣ ପାସ କରିଥିବା ବେଳେ ୧୬ ଜଣ ପିଲା ଫେଲ ହୋଇଛନ୍ତି । ସେହିଭଳି କଳାରେ ଏସ୍. ସ୍ବେତାଲିନା ମହାପାତ୍ର କଳାରେ ସର୍ବାଧିକ ୫୫୭ ନମ୍ବର ରଖି ପାସ କରିଛନ୍ତି । ସେ ୯୨.୮୩% ନମ୍ବର ରଖି ପାସ କରିଛନ୍ତି। ଏହି କଲେଜର କଳାରେ ୧୭୯ଜଣ ପ୍ରଥମ ଶ୍ରେଣୀ, ୯୧ ଜଣ ଦ୍ବିତୀୟ ଶ୍ରେଣୀ, ୧୪୩ ଜଣ ତୃତୀୟ ଶ୍ରେଣୀ ରେ ପାସ କରିଥିବା ବେଳେ ୫୧ ଜଣ ଫେଲ ହୋଇଛନ୍ତି । ବାଣିଜ୍ୟରେ ଶିବକୃଷ୍ଣ ନାୟକ ସର୍ବାଧିକ ୫୨୯ ନମ୍ବର ରଖି ୮୮% ନମ୍ବରରଖି ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୪୪ଜଣ, ଦ୍ବିତୀୟ ଶ୍ରେଣୀରେ ୧୯, ତୃତୀୟ ଶ୍ରେଣୀରେ ୨୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ, ୫ ଜଣ ଫେଲ ହୋଇଛନ୍ତି । ଦୀର୍ଘ ବର୍ଷ ପରେ ନିମାପଡା କଲେଜର ଯୁକ୍ତ ଦୁଇରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଚଳିତ ବର୍ଷ ଛାତ୍ର ଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ପରିଚାଳନା କମିଟି ବଦଳିବା ପରେ ପାଠପଢା ଉପରେ ଗୁରୁତ୍ବ ଦିଆଯାଇଛି । ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷା ଏବଂ ପ୍ରଶାଶନିକ ଅଧ୍ୟାପକ ଡଃ ରବିନ୍ଦ୍ର କୁମାର ପାଢୀ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଜେଶ କୁମାର ନାୟକ +୨ ବିଜ୍ଞାନ(୯୩.୬%), ସ୍ବାଧୀନ କଲୋନୀ, ଭୁବନପୁର
ଏସ୍ ସ୍ବେତାଲିନା ମହାପାତ୍ର +୨ କଳା(୯୨.୮୩%), ଅଣ୍ଡିଆସାହି, ନିମାପଡା
ଶିବକୃଷ୍ଣ ନାୟକ+୨ ବାଣିଜ୍ୟ(୮୮%), ମାଟିଆପଡା, କୋଣାର୍କ