ରାଜ୍ୟ

ସମୃଦ୍ଧ ନିମାପଡ଼ା ଗଠନ ହିଁ ସିଭିଲ ସୋସାଇଟିର ଲକ୍ଷ

Spread It

ନିମାପଡ଼ା(ଆଜି ପର୍ଯ୍ୟନ୍ତ ନିୟୁଜ)ନିମାପଡ଼ା ଅଞ୍ଚଳର ଜ୍ଞାନୀ ଗୁଣୀ, ବିଦ୍ୱାନ ଓ ବରିଷ୍ଠ ବ୍ୟକ୍ତିତ୍ବ ମାନଙ୍କୁ ନେଇ ଆଡଭୋକେଟ୍ ସୁଧୀର ମହାନ୍ତିଙ୍କ ଆବାହକତ୍ୱରେ ନିମାପଡ଼ା ସିଭିଲ ସୋସାଇଟର ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚକ୍ର ସ୍ଥାନୀୟ ଟାଉନ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ନିମାପଡ଼ା ଏବଂ ଗୋପ ଅଞ୍ଚଳର ସାମୁହିକ ବିକାଶ ପାଇଁ ଏବଂ କୁଶଭଦ୍ରା ଓ ଧନୁଆ ବନ୍ୟା ସମସ୍ୟା ପରି ଅନେକ ସମସ୍ୟା ଗୁଡ଼ିକର ଆଶୁ ସମାଧାନ ନିମନ୍ତେ ମାନନୀୟା ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ସହିତ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯିବା ପାଇଁ ନିଷ୍ପତ୍ତି ହେଇଥିଲା। ରାଜନୈତିକ ଦଳିୟ ଭାବନା ଠାରୁ ଉର୍ଦ୍ଧ୍ବରେ ରହି ସମୃଦ୍ଧ ନିମାପଡ଼ା ଓ ଗୋପ ଗଠନ ନିମନ୍ତେ ସିଭିଲ ସୋସାଇଟ୍ ର ସଦସ୍ୟ ମାନେ ଏକଜୁଟ୍ ହେବାପାଇଁ ମତ ପ୍ରକାଶ ପାଇଥିଲା। ଆସନ୍ତା ଦିନରେ ଯୁବକ ଏବଂ ଅଧିକ ସଂଖ୍ୟାରେ ମହିଳା ମାନଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହେଇଥିଲା। ସ୍ଥାୟୀ କମିଟି ପଞ୍ଜିକରଣ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ  କମିଟିର ସଂଯୋଜକ ସୁଧୀର ମହାନ୍ତିଙ୍କ ସହିତ ଅକ୍ଷୟ ନାୟକ, ପ୍ରଶାନ୍ତ ସାହୁ,ନିରଦ ବରଣ ଖୁଣ୍ଟିଆ, ଗୋପିନାଥ କର,ବିଜୟ ମହାନ୍ତି, ପ୍ରକାଶ ଖାଟୋଇ ,କ୍ଷୀରୋଦ ରାୟ ମହାପାତ୍ର , ଦିଗମ୍ବର ନାୟକ ,ପ୍ରଭାତ ବେହେରା,ବିଦ୍ୟାଧର ପାତ୍ର, କେଦାର ସାହୁ ଓ ଲୋକନାଥ ସାହୁ ପ୍ରମୁଖ ସଦସ୍ୟ ଭାବରେ କାର୍ଯ୍ୟକରିବା ପାଇଁ ସ୍ଥିର କରା ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ଯୋଗେନ୍ଦ୍ର ମିଶ୍ର, ପୁର୍ଣ୍ଣଚନ୍ଦ୍ର ଦାଶ, ଅମରେଶ ନନ୍ଦନ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ସେନାପତି, ନରେନ୍ଦ୍ର ଦାଶ ଉପସ୍ଥିତ ରହି ନିମାପଡ଼ାର ବିକାଶ ନିମନ୍ତେ ସମସ୍ତ ଜ୍ଞାନୀ ଗୁଣୀ ବିଦ୍ୱାନ ମାନେ ଏକତ୍ରିତ ହେବାର ଆବଶ୍ୟକତା ଅଛି ବୋଲି ସୁଚିନ୍ତିତ ମତାମତ ଦେଇଥିଲେ। ନିରଦ ବରଣ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *