୯୬ ଗ୍ରାମ ବ୍ରାଉନ ସୁଗାର ଜବତ, ବେପାରି ଗିରଫ, 2500 ଟଙ୍କା ଯବତ
ନିମାପଡ଼ା (ଏପି ନୁଜ୍ୟ) ନିମାପଡା ଥାନା ଅଧୀନରେ କୁଶଭଦ୍ରା ନଦୀ ରିଙ୍ଗ୍ ରୋଡ଼, ଶ୍ୟାମସୁନ୍ଦରପୁର ଠାରେ ଶ୍ରୀ ପ୍ରଭାକର ସେଠୀ, I.E., ନିମାପଡା ରେଞ୍ଜ, ପୁରୀ ଙ୍କ ଦ୍ୱାରା ଗୋଟିଏ NDPS (ହେରୋଇନ) ମାମଲା ଚିହ୍ନଟ କରାଯାଇଛି।ଏହା ସନ୍ଦର୍ଭରେ ଗୋଟିଏ ଅଭିଯୁକ୍ତ ବ୍ୟକ୍ତି ରାଜେଶ କୁମାର ସାହୁ @ ବାପିନା, ବୟସ ପ୍ରାୟ ୩୫ ବର୍ଷ, ପିତା – ସ୍ୱର୍ଗତ ନବଘନ ସାହୁ, ଗ୍ରାମ – ଶ୍ୟାମସୁନ୍ଦରପୁର, ଥାନା – ନିମାପଡା, ଜିଲ୍ଲା – ପୁରୀ, କୁ ନିମାପଡା ରେଞ୍ଜର P.R. No. 103/25-26 ଅନୁଯାୟୀ ଗିରଫ କରାଯାଇଛି। ପରବର୍ତ୍ତୀକାଳରେ ଅଭିଯୁକ୍ତଙ୍କୁ ନ୍ୟାୟାଳୟକୁ Forward କରାଯାଇଛି।
ଜବତ ସାମଗ୍ରୀର ବିବରଣୀ ନିମ୍ନରୂପ :
-
ମୋଟ ୯୬ ଗ୍ରାମ ହେରୋଇନ
-
ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍
-
ବିକ୍ରୟ ଟଙ୍କା – ଟଙ୍କା ୨୫୦୦/-
