ରାଜ୍ୟ

ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟଭାର ଗ୍ରହଣ

Spread It

ନିମାପଡ଼ା,୩୧/୫(ଏପିନ୍ୟୁଜ) ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଅମିତା ମହାନାୟକ ଆଜି ସଂଧ୍ୟାରେ କାର୍ଯ୍ୟଭାର ପୂର୍ବତନ ଅଧ୍ୟକ୍ଷଙ୍କ ଠାରୁ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷଥିବା ପୁଷ୍ପିତା ରାଜଗୁରୁଙ୍କର କାର୍ଯ୍ୟକାଳ ଆଜି ଶେଷ ହେବାସହ ଚାକିରୀରୁ ଅବସର ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପଦାର୍ଥବିଜ୍ଞାନ ବିଭାଗର ବରିଷ୍ଠ ପ୍ରଧ୍ୟାପିକାଙ୍କୁ ନିମାପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଅମିତା ମହାନାୟକଙ୍କୁ ଅବସ୍ଥାପିତ କରିଛନ୍ତି। ଶ୍ରୀମତୀ ମହାନାୟକ ନିମାପଡ଼ା କଲେଜରେ ୧୯୯୪ ମସିହାରୁ  ୨୦୧୮ ମସିହା ପର୍ଯ୍ୟନ୍ତ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପିକାଭାବେ ଦୀର୍ଘ ୨୪ ବର୍ଷ କାର୍ଯ୍ୟକରି ଅନ୍ୟ ମହାବିଦ୍ୟାଳୟକୁ ବଦଳି ହୋଇଥିଲା। ୨୦୨୫ ଜୁନ ମହିଳାରୁ ନିମାପଡ଼ା ମହାବିଦ୍ୟାଳୟରେ ଅଧ୍ୟକ୍ଷଭାବେ ୨୦୨୬ ମସିହା ଜୁନ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷଭାବେ କାର୍ଯ୍ୟକରିବେ। ଆଜି କଲେଜ ପରିସରେ ଏକ ଉତ୍ସବର ମାହଲ ତିଆରି ହୋଇଥିଲା। କଲେଜ ଅଧ୍ୟକ୍ଷା ଶ୍ରୀମତୀ ରାଜଗୁରୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିବା‌ଳେ ନୂତନ ଅଧ୍ୟକ୍ଷ ଶ୍ରୀମତୀ ମହାନାୟକଙ୍କୁ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ଫୁଳତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସମ୍ବର୍ଦ୍ଧନା ଉତ୍ତରରେ ନିମାପଡ଼ା କଲେଜର ପୂର୍ବ ଗାରିମାକୁ ଫେରାଇ ଆଣିବାସହ ୟୁଜିସି ପକ୍ଷରୁ ଦିଆଯାଉଥିବା ନ୍ୟାକର ମାନ୍ୟତାକୁ ବୃଦ୍ଧିକରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *