ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସମ୍ମାନ ପ୍ରତିବାଦରେ ବ୍ଲକରେ ଧାରଣା
ନିମାପଡ଼ା,୧୭/୫(ଏପିନ୍ୟୁଜ) ଗତ ୧୬ରେ ନିମାପଡ଼ା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହେଉଥିବା ସମୟରେ ନିମାପଡ଼ାର ସାମ୍ବାଦିକମାନଙ୍କ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ଏବଂ ସାସଂଦ ଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା ଫଟଉଠାଇ ଚାଲିଯାଅ ବୋଲି କହିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ଅସମ୍ମାନ ବୋଧ କରି ବୈଠକ ଛାଡ଼ି ଚାଲିଆସିଥିଲେ। ବୈଠକକୁ ନିମନ୍ତ୍ରଣ କରି ଡ଼ାକିଲ ଚାଲିଯାଅ ବୋଲି କହିବା ଏଭଳି ଚାଲିଲେ ସମ୍ବାଦିକମାନେ ଆଉ ବ୍ଲକ ସଂପର୍କରେ କୈାଣସି ରିପୋର୍ଟ ଲେଖିବେନାହିଁ କହିଥିଲେ। ପ୍ରେସକ୍ଲବ ପକ୍ଷରୁ ଏକ ଜରୁରୀ ବୈଠକ ଡ଼କାଯାଇ ପ୍ରତିବାଦ କରାଯିବ ନିଷ୍ପତି ହୋଇଥିଲା। ତେଣୁ ପ୍ରେସ କ୍ଲବର ସଭାପତି ନେତୃତ୍ବରେ ସମ୍ବାଦିକମାନେ ଆଜି ବ୍ଲକ ଅଫିସରେ ବ୍ୟାନର ମାରି ଧାରଣାରେ ବସିଥିଲେ । ବ୍ଲକ ଅଧ୍ୟକ୍ଷ ଏବଂ ସାଂସଦ ପ୍ରତିନିଧି ଧାରଣା ସ୍ଥଳକୁ ଆସି କ୍ଷମା ପ୍ରାଥର୍ନା କରିବାରୁ ସମ୍ବାଦିକମାନେ ଧାରଣା ପ୍ରତ୍ୟାହାର କରିନେଇଥିଲେ। ଧାରଣାରେ ସଭାପତି ଅକ୍ଷୟ ବେହେରାଙ୍କ ସମେତ ଉପସଭାପତି ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର ସଂପାଦକ ରମାକାନ୍ତ ବେହେରା ସହସଂପାଦକ ଅଶୋକ ବେହେରା ବ୍ଲକ କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା ସଙ୍ଗଠନ ସଂପାଦକ ସୁଦର୍ଶନ ବେହେରା କର୍ମକର୍ତ୍ତାଙ୍କ ସମେତ ସାମ୍ବାଦିକମାନେ ଧାରଣାରେ ବସିଥିଲେ ।