ରାଜ୍ୟ

ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ କର୍ମଶାଳା ଅନୁଷ୍ଠିତ

Spread It

ପୁରୀ ୨୬/୧୧ ନିରନ୍ତର ବିକାଶ ପାଇଁ ସରକାର ଙ୍କ ପକ୍ଷରୁ ୧୭ଟି ଲକ୍ଷ୍ୟ ବା ଗୋଲ ଧାର୍ଯ୍ୟ କରାଯାଇଛି।ଏହାକୁ ସଫଳ କରିବା ଓ ସମସ୍ତଙ୍କୁ ଏହି ଲକ୍ଷ୍ୟ ରେ ସାମିଲ କରିବା ଆବଶ୍ୟକ ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି।ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ରେ ଜିଲ୍ଲା ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଷ୍ଟି ଆଗାମୀ କାଲି ର ଭାରତ ବର୍ଷ କୁ ବିକଶିତ କରିବା ଲକ୍ଷ୍ୟ ରେ ଧାର୍ଯ୍ୟ କରାଯାଇଥିବା ଏହି ଲକ୍ଷ୍ୟକୁ ପୂରଣ ଦିଗରେ ବିଭିନ୍ନ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ।ପ୍ରତ୍ୟେକ ବିଭାଗ ସେମାନଙ୍କ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ ସହ ସେମାନଙ୍କ ଯୋଜନା ଗୁଡିକ ଯେପରି ସାଧାରଣ ଲୋକଙ୍କ ଜୀବନ ଧାରଣ ରେ ଉନ୍ନତି କରି ପାରିବ ସେଥିପାଇଁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଷୟ ବିଷାରଦ ଭାବେ
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଡା ସନ୍ତୋଷ କୁମାର ପରିଡା ଓ ଏସସିଏସ କଲେଜର ସହକାରୀ ପ୍ରଫେସର ଡା ପ୍ରମୋଦ କୁମାର ତ୍ରିପାଠୀ ଯୋଗ ଦେଇ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଓ ବିକଶିତ ଭାରତ ଗଠନ ସମ୍ପର୍କରେ ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ
ଆଲୋକପାତ କରିଥିଲେ।ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ବିଭିନ୍ନ ବ୍ଲକର ବିଡ଼ିଓ,ତହସିଲଦାର,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର, ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ମହେଶ ପ୍ରସାଦ ମିଶ୍ର, ରାମଚନ୍ଦ୍ର ଟୁଡୁ, ଅର୍ଥ ବିଶେଷଜ୍ଞ ବିଶ୍ବ ରଞ୍ଜନ ଜେନା, କ୍ଷୁଦ୍ର ଯୋଜନା ଏବଂ ଜୀବିକା ବିଶେଷଜ୍ଞ ସନ୍ଧ୍ୟା ରାଣୀ ଦାଶ ଓ ଅର୍ଥନୀତିଜ୍ଞ ସୋନାଲିଜା ମହାନ୍ତି ପ୍ରମୁଖ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *