ରାଜ୍ୟ

ବିଜେପି ପକ୍ଷରୁ ନିର୍ବାଚନ ଦିବସ ପାଳନ

Spread It

ବିଜେପି ପକ୍ଷରୁ ନିର୍ବାଚନ ଦିବସ ପାଳନ
ନିମାପଡ଼ା (ଏ.ପି ନ୍ୟୁଜ) ଆଜି ବିଜେପି ପକ୍ଷରୁ ନିର୍ବାଚନ ଦିବସ ପାଳନ କରାଯାଇଛି । ଏହି ଅବସରରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ୨୮୩ ଟି ମତଦାନ କେନ୍ଦ୍ରରେ ନିର୍ବାଚନ ଦିବସ ପାଳନ କରାଯାଇଛି । ଏହି ଅବସରରେ ବୁଥ ଗୁଡ଼ିକରେ କର୍ମୀ ବୈଠକ ଅନୁଷ୍ଠିତ ହେବା ସହ ମତଦାନ କେନ୍ଦ୍ରଗୁଡ଼ିକ ସଫାସୁତରା ପରିଛନ୍ନ କରାଯାଇଛି । ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ସରକାରର ଏକ ବର୍ଷ ପୂର୍ତି ପାଳନ ଅବସରରେ ନିମାପଡ଼ାର ଅନେକ ସମାସ୍ୟାର ସମାଧାନ କରାଯାଇଛି ଏବଂ କେତେକ ନୂତନ ସମାସ୍ୟା ମୁଣ୍ଡ ଟେକିଛି । ସେଗୁଡ଼ିକ ସମାଧାନ କରିବାପାଇଁ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିକଶିତ ନିମାପଡ଼ାକୁ ସାର୍ଥକ କରିବା ଉଦ୍ଦେଶ୍ୟରେ ହୋଇଥିବା ପ୍ରତ୍ୟେକ କର୍ମୀ ଓ ସଦସ୍ୟମାନେ ବୁଥରଗୁଡ଼ିକର ସର୍ବାଙ୍ଗିନ ଉନ୍ନତିପାଇଁ ଆଲୋଚନା କରାଯାଇ ନୂତନ ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୯ହଜାର କର୍ମୀ ଓ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ବୋଲି ପାଟି ପକ୍ଷରୁ ଦାବୀ କରାଯାଇଛି ।

Leave a Reply

Your email address will not be published. Required fields are marked *