ରାଜ୍ୟ

ମୁଖ୍ୟ ରାସ୍ତା ଅବରୋଧ କରି ପିକେଟିଂ କଲେ କଂଗେସ ଓ ସିପିଆଇ କର୍ମୀ।

Spread It
ମୁଖ୍ୟ ରାସ୍ତା ଅବରୋଧ କରି ପିକେଟିଂ କଲେ କଂଗେସ ଓ ସିପିଆଇ କର୍ମୀ।
ଚାରିଛକ,(ଏ ପି ନ୍ୟୁଜ) ବାଲେଶ୍ବର ର କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ରେ ଆଜି କଂଗେସ ଓ ବାମ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଥିଲା। ଏହି ପରିପ୍ରେକ୍ଷୀ ରେ ଚାରିଛକ,ନୟାହାଟ,କାକଟପୁର ଅଞ୍ଚଳ ରେ କଂଗେସ ଓ ବାମ ଦଳ ର କର୍ମୀ ମାନେ ନିଜ ନିଜ ଦଳୀୟ ପତାକା ଧରି ସରକାରୀ ବିରୋଧୀ ଧ୍ଵନୀ ଦେଇ ରାସ୍ତା ଅବରୋଧ କରି ଥିଲେ। ଯାନବାହାନ ସମ୍ପୂର୍ଣ୍ଣ ଭାବେ ଚଳାଚଳ ବନ୍ଦ ରହି ଥିଲା। କଂଗ୍ରେସ ଓ ସି ପି ଆଇ କର୍ମୀ ମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ କରିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାରିଛକ – କାକଟପୁର ମୁଖ୍ୟରାସ୍ତା ର ତୁଳସୀପୁର , ଚାରିଛକ ଓ ନୟାହାଟ ଠାରେ ରାସ୍ତା ଅବରୋଧ କରାଯାଇଥିଲା। କଂଗ୍ରେସ କର୍ମୀ ରଘୁନାଥ ବେହେରା, ଆର୍ତ୍ତତ୍ରାଣ ଦାସ, ବିଜୟ ମଲ୍ଲିକ, ହରିହର ବେହେରା, ଜଟ ବେହେରା,ଅର୍ଜୁନ ସ୍ୱାଇଁ, ଭାଲୁ ଖାଁ, ଗୋବିନ୍ଦ ମଲ୍ଲିକ,ସି ପି ଆଇ କର୍ମୀ କୃଷ୍ଣ ଚନ୍ଦ୍ର ରାଉତ,ଶିବ ବାରିକ, ଦୈତାରି ଦାସ,ରାମଚନ୍ଦ୍ର ଜେନା, ସନାତନ ପାତ୍ର, ସନ୍ତୋଷ ବେହେରା ପ୍ରମୁଖ ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ଆନ୍ଦୋଳନ ରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *