ଓ.ଡ଼ି.ଏମ.ପିର ରୈାପ୍ୟ ଜୟନ୍ତୀ ପାଳନ
ପୁରୀ ( ଏ.ପି.ନ୍ୟୁଜ) ପୁରୀ ୟୁଥ ହଷ୍ଟେଲପରିସରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଓଡ଼ିଶା ଡ଼େଭେଲପମେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ (ଓ.ପିଏମ.ପି) ର ୨୫ ବର୍ଷ ପୁର୍ତ୍ତି ଅବସରରେ ରୈାପ୍ୟ ଜ୍ୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଅନୁଷ୍ଠାନର ଆବାହକ ସୁଶାନ୍ତ କୁମାର ତ୍ରିପାଠୀଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରୀ ପୈାର ସଂସ୍ଥାର କାର୍ଯ୍ରନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଅତିରିକ୍ତ କାର୍ଯ୍ରନିର୍ବାହୀ ଅଧିକାରୀ ଅଜିତ କୁମାର ନାୟକ, ଏବଂ ଜିଲା ସୂଚନା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅତିଥିଭାବେ ଯୋଗ ଦେଇଥିଲେ।। କାର୍ଯ୍ୟକ୍ରମରେ ଉପସ୍ଥିତ ପୁରୀ ପୈାରସଂସ୍ଥାର କାର୍ଯ୍ୟରତ ସମସ୍ତ ସ୍ବଛ କର୍ମଚାରୀ, ସ୍ବଛସାଥୀ, ପ୍ଲାଣ୍ଟ ମ୍ୟାନେଜର, ଡ଼୍ରାଇଭର ପରମଳ ବିଶେଷଜ୍ଞକୁ ପୁରୀ ସହରକୁ ସ୍ବଛ ଓ ସୁନ୍ଦର ରଖିବାର ବାର୍ତ୍ତୀ ହେବସହିତ ନିଜନିଜର କର୍ତ୍ତବ୍ୟ ସଠିକ ଭାବେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଏମପି କର୍ମଚାରୀ ମାନଙ୍କୁ ଅତିଥିମାନେ ଶୁଭେଛା ଜଣାଇବାସହ ପୁରୀସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସ୍ବଛତା ସହିତ ଜଡ଼ିତ ଥିବା ପୁରୀ ବୈାରସଂସ୍ଥା ଓ କଟକ ମହାନଗର ନିଗମର କର୍ମୀମାନଙ୍କୁ ମାନପତ୍ର ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଦୀପକୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ
