ପିଇଓଙ୍କ ଅବହେଳାରୁ ପଚାଂୟତ ଅଫିସରେ ଅଭିଯୋଗ ପ୍ରକୋଷ୍ଠ ଖୋଲା ଯାଉନାହିଁ
ନିମାପଡ଼ା(ଏ.ପି ନ୍ୟୁଜ) ସପ୍ତାହର ସୋମବାର ଦିନ ସରକାର ଅଭିଯୋଗ ଶୁଣିବାର ଦିନ ଅଟେ। ପଚାଂୟତ ଠାରୁ ବ୍ଲକଅଫିସ ଠାରୁ ଜିଲପାଳ ଏବଂ ରାଜ୍ୟ ରାଜଧାନୀ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସାଧାରଣ ଲୋକଟିଏ ଯାଇ ଅଧିକାରୀମାନଙ୍କୁ ଯୋଜନାର ସୁଫଳ ପାଉନଥିବା କଥା ସୋମବାର ଅଭିଯୋଗ ପ୍ରକୋଷ୍ଠରେ ଦେଖାକରି ଗୁହାରି କରିଥାନ୍ତି। ତୃଣ ମୂଳରେ ଥିବା ଅର୍ଥାତ ପଚାଂୟତ ଅପିସ ଗୁଡ଼ିକରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ ନାହିଁ। ନିମାପଡ଼ା ବ୍ଲକ ବିଡ଼ିଓ ପଚାଂୟତ ଅଧିକାରିମାନଙ୍କୁ ପଚାଂୟତ ଅଫିସରେ ଅଭିଯୋଗ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଉ ନାହାଁନ୍ତି। ଗ୍ରାମ ପଚାଂୟତରେ ପଚାଂୟତସ୍ତରୀୟ ଅଭିଯୋଗ କରିବାକୁ ସୁଯୋଗ ପାଉନାର୍ଡାନ୍ତି। ଗ୍ରାମାଚଂଳର ଲୋକମାନେ ସେମାନଙ୍କର ରେସନ କାର୍ଡ଼, ଖାଉଟି କାଡ଼, ପେନସନ ଯୋଜନା, ଆବାସ ଯୋଜନା ଓ ସ୍ୱ।।ସ୍ଥ୍ୟ କାର୍ଡ଼ ସଂପର୍କରେ ଅଧିକ ଜାଣିବା ପାଇଁ ଦୂରଦୂରସ୍ଥାନରୁ ସମୟ ଅପଚୟ କରି ଏବଂ ଖର୍ଚାନ୍ତ ହୋଇ ବ୍ଲକଅଫିସକୁ ଆସୁଛନ୍ତି। ଏହି ସବୁ ଯୋଜନା ବିଷୟରେ ସାଧାରଣ ଲୋକଟି ପଚାଂୟତ ଅଫିସରେ ସୁଚନା ପାଇପାରନ୍ତା ଓ ଅଭିଯୋଗ କରିପାରୁଥାନ୍ତା ତାହାଲେ ସେହି ଲୋକଟି ବ୍ଲକ ଅଫିସକୁ ଅଭିଯୋଗ କରିବା ପାଇଁ ଯାଉନଥାନ୍ତା। ଯଦି ପଚାଂୟତ ଅଧିକାରୀ ଅଭିଯୋଗର ସମାଧାନ କରିପାରିବେ ନାହିଁ ବୋଲି ସପୃକ୍ତ ଲୋକକୁ ଜଣାଇବାପରେ ସେହି ବ୍ୟକ୍ତି ବ୍ଲକ କୁ ଆସି ବିଡ଼ିଓଙ୍କ ନିକଟରେ ଅଭିଯୋଗର ଶୁଣାଣୀ କରିପାରନ୍ତା। କିନ୍ତୁ ପଚାଂୟତ ଅଫିସ ବର୍ଷସାରା ତାଲାପଡ଼ିଥିବା ଦେଖିବାକୁ ମିଳୁଛି। ସରକାର ଯୋଗାଇଥିବା କମ୍ପ୍ୟୁଟର ଇତ୍ୟାଦି ଜିପି ଅଫିସରେ ପଡ଼ିରଡିଛି। ଘରସାରା ଅଳନ୍ଦୁ ଲାଗିଗଲାଣି ଅପିସ ଚାରିପଟେ ଅନାବନା ଗଛର ଜଙ୍ଗଲ ସୃଷ୍ଟି ହୋଇଛି। ଲକ୍ଷଲକ୍ଷ ଟଙ୍କାଯୋଜନାରୁ ଜିପି ଅଫିସ ପାଇଁ ଖର୍ଚ୍ଚ ହେଉଛି ଯୋଜନା ବଡ଼ ଅଂଶ ଅର୍ଥ ଯନ୍ତ୍ରୀ ଏବଂ ଅଧିକାରୀ ପକେଟକୁ ଯାଉଛି। ସାଧାରଣ ଲୋକ ବ୍ଲକ ଅପିସକୁ ନଯାଇ ଘରଦୁଆରରେ ସେବା ପାଇବା ପାଇଁ ନିୟମ ରହିଛି ବ୍ଲକ ଅଧିକାରୀ ଏହାକୁ କାର୍ଯ୍ୟକାରୀ କରାଉନାହାଁନ୍ତି। ପଚାଂୟତ ଅଧିକାରୀମାନେ ଦୁର୍ନିତି ଗ୍ରସ୍ତ ହୋଇପଡ଼ିଛନ୍ତି ଜଣେ ଜଣେ ପିଇଓ ୩ଟା ପଚାଂୟତ ଦାୟିତ୍ୱରେ ରହିଛନ୍ତି। ଯାହାଫଳରେ ପଚାଂୟତରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇପାରୁ ନାହିଁ।