ପୁରୀ ଜିଲାରେ ୧୯୬ ମଣ୍ଡିରୁ ୧୧,୭୫୦୦୦ କ୍ୟୁଣ୍ଟାଲ ଧାନ କ୍ରୟ।ଚାଷୀ ଙ୍କ ଖାତା କୁ ଯାଇଛି ୨୫୮ କୋଟି ଟଙ୍କା
ପୁରୀ (ଏ.ପି ନ୍ୟିୁଜ) ପୁରୀ ଜିଲ୍ଲାର ରେ ଥିବା ୧୧ ଗୋଟି ବ୍ଲକରେ ଧାନ ସଂଗ୍ରହ କୁ ତ୍ବରାନ୍ବିତ କରାଯାଇଛି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବ୍ଲକ ଦାୟିତ୍ୱରେ ରହି ଧାନ ସଂଗ୍ରହ କୁ ଶୃଙ୍ଖଳିତ ପରିଚାଳନା ଓ ତଦାରଖ କରୁଛନ୍ତି।ନିଜେ ଜିଲ୍ଲାପାଳ ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ ସହ ଚାଷୀ ମାନଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝୁଛନ୍ତି।ମଣ୍ଡି ମାନଙ୍କ ରେ ଯେପରି ଚାଷୀ ମାନଙ୍କ ର କୌଣସି ଅସୁବିଧା ନ ହୁଏ ସେଥିପାଇଁ ଯତ୍ନବାନ ହେବାକୁ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।ଯୋଗାଣ ଅଧିକାରୀ ,ସମବାୟ ସମିତିର କର୍ମକର୍ତ୍ତା ଓ ଆର ଏମ ସି ପକ୍ଷରୁ କୃଷକ ମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଖରିଫ ଋତୁରେ ୫୯୯୯୮ ଚାଷୀ ପଞ୍ଜିକରଣ କରିଥିବା ବେଳେ ଯାଞ୍ଚ ପରେ ୫୯୧୯୭ ଜଣ ଧାନ ବିକ୍ରି ପାଇଁ ଯୋଗ୍ୟ ହୋଇଛନ୍ତି।ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୧୨,୦୪୦୦୦ କ୍ୟୁଣ୍ଟାଲ ଓ ଦ୍ୱିତୀୟ ପର୍ଯ୍ୟାୟରେ ୭ ଲକ୍ଷ କ୍ୟୁଣ୍ଟାଲ ଧାନ ସଂଗ୍ରହ ର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁଦ୍ଧା ୩୨ ହଜାର କୃଷକ ଙ୍କ ଠାରୁ ୧୧,୭୫୦୦୦ କ୍ୟୁଣ୍ଟାଲ ଧାନ ସଂଗ୍ରହ କରାଯାଇ ପ୍ରାୟ ୨୫୮ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି ବୋଲି ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ସୂଚନା ଦେଇଛନ୍ତି।
