ପାକିସ୍ତାନ ବିରୁଦ୍ଧରେ ନିମାପଡ଼ାରେ ଯୁବକମାନଙ୍କ ରାଲି ଓ ନାରାବାଜି
ନିମାପଡ଼ା, (ଏପି ନ୍ୟୁଜ) ଆଜି ସଂଧ୍ୟାରେ ନିମାପଡ଼ାର ଯୁବକ ମାନେ ତ୍ରିରଙ୍ଗା ଯାତ୍ରା କରିବା ସହ ଏକ ପ୍ରତିବାଦ ସଭା କରି ପାକିସ୍ତାନର ପତାକାକୁ ସର୍ବସାଧାରଣରେ ପୋଡ଼ି ପ୍ରତିବାଦ କରିଛନ୍ତି । କାଶ୍ମୀରର ପହଲଗ୍ରାମ ଠାରେ ଆତଙ୍କି ହାମଲାରେ ବୁଲିବାକୁ ଯାଇଥିବା ୨୬ ଜଣ ପର୍ଯ୍ୟଟକଙ୍କ ଗୁଳିରେ ମୃତ୍ୟୁ ଘଟଣା ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଆତଙ୍କ ବାଦ ଭିଆଇଥିବା ପଡ଼ୋଶୀ ଦେଶ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିମାପଡ଼ାର ଯୁବକମାନେ ଦୋଳବେଦୀ ଛକରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ହିନ୍ଦୁସ୍ଥାନ ଜିନ୍ଦାବାଦ ନାରାଦେଇ ରାଲି କରିଥିଲେ। ଏବଂ ପାକିସ୍ତାନ ପତାକାକୁ ପୋଡ଼ିଥିଲେ ଓ ଏକ ପ୍ରତିବାଦ ସଭା ମୋହନଦାଶଙ୍କ ପ୍ରତିମୂର୍ତ୍ତି ତଳେ କରିଥିଲେ ।