ଜିଲ୍ଲାପାଳ ଙ୍କ ବାଲିପୁଟ ପାକ୍ସ ପରିଦର୍ଶନ
ପୁରୀ (ଏ.ପି.ନ୍ୟିୁଜ) ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆଜି ପୁରୀ ସଦର ବ୍ଲକର ବାଲିପୁଟ ପାକ୍ସ ପରିଦର୍ଶନ କରିଥିଲେ।ଧାନ ସଂଗ୍ରହ ର ବ୍ୟବସ୍ଥା ସମ୍ପର୍କରେ ପାକ୍ସ ସମ୍ପାଦକ ଓ ଅନ୍ୟ କର୍ମଚାରୀ ଙ୍କୁ ପଚାରି ଥିଲେ।ଉପସ୍ଥିତ ଚାଷୀ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ।ଧାନ ବିକ୍ରି ର ସୁବିଧା ଅସୁବିଧା ଓ ସମସ୍ୟା ସମ୍ପର୍କରେ ଚାଷୀ ମାନଙ୍କୁ ପଚାରି ବୁଝିଥିଲେ।ପରେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କ ର ଯେପରି ଧାନ ବିକ୍ରି ସମୟରେ କୌଣସି ସମସ୍ୟା ନ ହେବା ଓ ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପରିଦର୍ଶନ ରେ ଜିଲ୍ଲାପାଳ ଙ୍କ ସହ ବିଡ଼ିଓ ସମ୍ବିତ କୁମାର ଶତପଥୀ, ଯୋଗାଣ ନିରୀକ୍ଷକ ସୁବାସ ଚନ୍ଦ୍ର ବିଶ୍ବାଳ,ଏରିଆ ଅଫିସର ପାର୍ଥ ସାରଥୀ ମଲ୍ଲିକ, ପାକ୍ସ ସମ୍ପାଦକ ସଚ୍ଚିକାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
