ରାଜ୍ୟ

ବୁଲା ଷଣ୍ଢ ଉତ୍ପାତ ପାଇଁ ଆଜି ନିମାପଡ଼ାରେ ଆନ୍ଦୋଳନ ଏବଂ ପଞ୍ଚାୟତ ସମିତିରେ ସଭ୍ୟମାନଙ୍କ ଉଦବେଗ

Spread It

ନିମାପଡ଼ା, (ଆଜି ପର‌୍ୟ୍ୟନ୍ତ ନିୟୁଜ) ବୁଲା ଗୋରୁ ଏବଂ ଷଣ୍ଡଗୁଡ଼ିକ ଉତ୍ପାତ ଯୋଗୁଁ ଆଜି ଦୁଇଟି ସ୍ଥାନରେ ରାସ୍ତାରୋକ ହେବାସହ। ଆଜି ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ସଭ୍ୟମାନେ ବୁଲା ଷଣ୍ଢ ଉତ୍ପାତ ବିଷୟରେ ଆଳୋଚନା ହୋଇଛି।ଚାଷୀ ଓ ଚାଷବାଷ ଉଜୁଡ଼ି ଯାଉଥିବା ସହ ରାସ୍ତାରେ ଏକାଠି ହୋଇ ଶୋଇବା ଫଳରେ ରାସ୍ତା ଅବରୋଧ ହୋଇ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିବାନେଇ ବୈଠକରେ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଳେ। ବୁଲା ଷଣ୍ଢ ଦାଉରୁ ଚାଷ ,ବଂ ରାସ୍ତା ଦୁର୍ଘଟଣା ରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ଦାବୀରେ ନିମାପଡ଼ା ବ୍ଲକ ଗୋ ସୁରକ୍ଷା ସମିତି ୭ଦଫା ଦାବୀନେଇ ଶେଉଳ ସାହିର ତ୍ରିନାଥ ଛକ ଠାରେ ନିମାପଡ଼ା ବାଲିପାଟଣା ରାସ୍ତାକୁ ବୁଳା ଷଣ୍ଢଗୁଡ଼ିକୁ ରାସ୍ତାରେ ଠିଆକରାଇ ଗୋସୁରକ୍ଷା ସମିତିର ସଭ୍ୟମାନେ ରାସ୍ତା ଅବରୋଧ କରିଥିଲେ। ସେହିଭଳି ନିମାପଡ଼ା ଚାରିଛକକ ରାସ୍ତାର ଆମ୍ପୋର ଛକରେ ଚାଷୀମାନେ ରାସ୍ତା ଅବରୋଧ କରି ଲୋକ ଜିଳାପ୍ରଶାସନ ଏବଂ ରାଜ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି ଅପରାହ୍ନରେ ଅନୁଷ୍ଠିତ ପଞ୍ଚାୟତ ସମିତିରେ ବୈଠକରେମଧ୍ୟ ବୁଳା ଷଣ୍ଢ ଏବଂ ଗୋରୁମାନଙ୍କୁ ଉତ୍ପାତ ଯୋଗୁଁ ଶହଶହ ଏକର ଜମିରେ ଫସଲ ଏଗୁଡ଼ିକ ଖାଇ ଯାଉଥିବା ଏବଂ ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ଚାଲିଯାଉଥିବା ଅଭିଯୋଗ କରି ନୂଆସନ୍ଥ ସରପଞ୍ଚ ପ୍ରଫୁଲ ସ୍ବାଇଁ ବୈଠକରେ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଏହି ସମାସ୍ୟାର ସମାଧାନ କରିବାକୁ ଦାବୀ କରିଥିଲେ। ତହସିଳଦାର ମନୋଜ ପଧାନ ରାସ୍ତାରୋକ ଆନ୍ଦୋଳନକାରୀଙ୍କ ଠାରୁ ଦାବୀ ପତ୍ର ଗ୍ରହଣ କରିଥିଲେ। ନିମାପଡ଼ା ଥାନା ଆଇଆଇସି ବାମଦେବ ସ୍ବାର୍ଇ ଏବଂ ଚାରିଛକ ଥାନା ଅଧିକାରୀ ମମତା ବିଶ୍ବାଳ ଉପସ୍ଥିତ ଥିଲେ। ଗୋସୁରକ୍ଷା ସମିତିର ସଭାପତି ମାଧବ ମଲିକ ଏବଂସଂପାଦକ ବାବୁଲି ମୁଖି, ଅନ୍ୟମାନେ ଆନ୍ଦୋଳନ ନେତୃତ୍ବରେ ହୋଇଥିଲା। 

Leave a Reply

Your email address will not be published. Required fields are marked *