ନିମାପଡ଼ା ପଚାଂୟତ ସମିତି ପୁର୍ନର ଗଠନ ପାଇଁ ଦାବୀ
ନିମାପଡ଼ା, ୧/୫(ଏ.ପି ନ୍ୟୁଜ) ତ୍ରିସ୍ତରୀୟ ବ୍ୟବସ୍ଥାରେ ଗ୍ରାମ ପଚାଂୟତ ତୃଣମୂଳ ଅନୁଷ୍ଠାନ ଅଟେ। ଏକାଧିକ ଗ୍ରାମକୁ ନେଇ ଗ୍ରାମ ପଚାଂୟତ ଗଠନ କରାଯାଇଥାଏ। ଗ୍ରାମ ପଚାଂୟତ ହେଉଛି ଗ୍ରାମ ଶାସନର କାର୍ଯ୍ୟନିର୍ବାହୀ କର୍ତୁପକ୍ଷ। ଗ୍ରାମ ପଚାଂୟତ ଗଠନ ସମୟରେ ଲୋକସଂଖ୍ୟା ଅନୁନ୍ୟ ୨ହଜାରରୁ ଉର୍ଦ୍ଧ୍ୱ ରହିଥାଏ। ପ୍ରତ୍ୟେକ ପଚାଂୟତକୁ କେତେଗୁଡ଼ିଏ ୱାର୍ଡ଼ରେ ବିଭକ୍ତ କରାଯାଇଥାଏ। ନିମାପଡ଼ା ବ୍ଲକରେ ପଚାଂୟତ ଗୁଡ଼ିକରେ ଲୋକସଂଖ୍ୟା ବୃଦ୍ଧି ପାଇଥିବାରୁ ସେହି ପଚାଂୟତ ଗୁଡ଼ିକର ପୁର୍ନଗଠନ କରିବା ଆବଶ୍ୟକତା ଦେଖା ଦେଇଛି। ପଚାଂୟତରାଜ ବିଭାଗ ବିଧି ବ୍ୟବସ୍ଥା ମଧ୍ୟରେ ପ୍ରତି ଦୁଇହଜାର ଲୋକସଂଖ୍ୟାକୁ ବିଶିଷ୍ଟ ପ୍ରମୁଖ ଗ୍ରାମକୁ ନେଇୁ ପଚାଂୟତର ଗଠନ କରିବା ପାଇଁ ନିୟମ ରହଛ। ୨୦୨୨ ମସିହା ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ତତକାଳୀନ ରାଜ୍ୟ ସରକାରଙ୍କୁ ସୁହାଇବାପାଇଁ ଉଦ୍ଦେଶ୍ୟମୂଳକ ଭାବେ ପଚାଂୟତ ପୁର୍ନଗଠନର ଆବଶ୍ୟକତା ଥିବାବେଳେ ତାହା ସେତେବେଳେ ସରକାର କଲେନାହିଁ ଏବଂ ନୂତନ ୱାର୍ଡ଼ ଗଡ଼ିକ ଉଦ୍ଦେଶ୍ୟମୂଳ ସରକାରଙ୍କୁ ସୁହାଇଲାଭଳି ପଦକ୍ଷେପ ନେଲେ। ଆସନ୍ତା ୨୭ ମସିହାରେ ହେବାକୁଥିବା ପଚାଂୟତ ପୁର୍ନଗଠନ କରାଯାଇ ନିର୍ବାଚନ କରିବାକୁ ନୂତନ ମୋହନ ସରକାରଙ୍କ ଠାରେ ଦାବୀ କରାଯାଇଛି। ସରକାରଙ୍କ ଯୋଜନା ଗୁଡ଼ିକ ତଳସ୍ତରରେ ଲୋକଙ୍କ ନିକଟରେ ସଫଳତାରସହ ପହଁଚାଂଇବା ଲକ୍ଷ୍ୟରେ ନିମାପଡ଼ା ବ୍ଲକରେ ଥିବାଲୋକସଂଖ୍ୟା ଦୃଷ୍ଟିରୁ କେତେକ ବଡ଼ ପଚାଂୟତ ଗୁଡ଼ିକୁ ଭାଙ୍ଗି ନୂତନ ପଚାଂୟତ ଗଠନ କରିବାକୁ ଦାବୀ କରାଯାଇଛି। ଏହି ବ୍ଲକ ଅନ୍ତର୍ଗତ ଭିଲିଗ୍ରାମ, ତେରୁଣ୍ଡିଆ, ବାମନାଳ ତୁଳସିପୁର, ଧଳେଶ୍ୱର, ଛଣିଜଙ୍ଗ, ଇତ୍ୟାଦି ପଚାଂୟତର ଲୋକ ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି। ହେଲେ ଏହି ପଚାଂୟତ ଗୁଡ଼ିକକୁ ଭାଙ୍ଗି ନୂତନ ପଚାଂୟତ ଗଠନ ହୋଇପାରୁ ନାହିଁ। ୭୩ ତମ ସମ୍ବିଧାନ ସଂଶୋଧନ କରାଯାଇ ତ୍ରିସ୍ତରୀୟ ପଚାଂୟତ ରାଜ ବ୍ୟବସ୍ଥା ଯେଉଁ ଉଦ୍ଦେଶ୍ୟ ନେଇ କରାଯାଇଥିଲା ତାହା ସାଧିତ ହେଉ ନାହିଁ ବୋଲି ପଚାଂୟତ ରାଜ ବ୍ୟବସ୍ଥା ସଂପର୍କରେ ଜାଣିଥିବା ବୁଦ୍ଧଜିବୀମାନେ ମତ ଦେଇଛନ୍ତି। ପଚାଂୟତକୁ ଅନୁଦାନ ଆସୁଛି ସଠିକଭାବେ ବିନିଯୋଗ ହୋଇପାରୁନାହିଁ। ନୂତନ ପଚାଂୟତ ଗଠନହେଲେ ଅଧିକ ଅନୁଦାନ ନିମାପଡ଼ା ବ୍ଲକକୁ ଆସିିବ ଗ୍ରାମାଚଂଳ ଲୋକମାନେ ଯୋଜନା ସୁବିଧା ପାଇବେ।