ପିସିସି ପକ୍ଷରୁ ନିମାପଡ଼ା ବ୍ଲକ କଂଗ୍ରେସ ସଂଯୋଜକ ନିଯୁକ୍ତି
ନିମାପଡ଼ା, ୫/୫ (ଏପିନ୍ୟୁଜ) ପୁରୀ ଜିଲାଅନ୍ତର୍ଗତ ନିମାପଡ଼ା ବ୍ଲକର କଂଗ୍ରେସ ସଙ୍ଗଠନର ଦଳୀୟ କାର୍ଯ୍ୟକ୍ରମକୁ ସୁଚାରୂପେ ସଂପାଦନ କରିବା ପାଇଁ ପୁରୀ ଜିଲା ସଂଯୋଜକ ଇଂ. ରାଜେଶ କୁମାର ମିଶ୍ରଙ୍କ ପ୍ରସ୍ତାବକ୍ରମେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିମାପଡ଼ା ବ୍ଲକ ସଂଯୋଜକଭାବେ ପୂର୍ବତନ ସମିତିସଭ୍ୟ ତଥା କଂଗ୍ରେସର ଯୁବ ସଂଗଠକ କାଳନ୍ଦୀ ଚରଣ ବାରିକକୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ କଂଗ୍ରେସ କମିଟିର ପ୍ରଶାସକ ସମୀର କୁମାର ରାଉତରାୟ ପ୍ରେସ ବିବୃତିରେ ସୁଚନା ଦେଇଛନ୍ତି। ନିଯୁକ୍ତି ପାଇବାପରେ ବ୍ଲକ ସଂଯୋଜକ କାଳନ୍ଦି ବାରିକ ରାଜ୍ୟ ସଭାପତିଙ୍କୁ ଏବଂ ପୁରୀ ଜିଲା ସଂଯୋଜକଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ଆସନ୍ତା ୧୪ ତାରିଖରେ ସମସ୍ତ ନିମାପଡ଼ା ବ୍ଲକ ଛାମୁଆ କଂଗ୍ରେସ କର୍ମମାନଙ୍କୁ ନେଇ ଏକ ସମ୍ମିଳନୀ କରାଯିବ ଏବଂ ଆଗାମୀ ଦିନରେ କଂଗ୍ରେସ ସଙ୍ଗଠନ କିଭଳି ମଜଭୁତ ହେବତାହାର ରୂପରେଖ ପାଇଁ ସମ୍ମିଳନୀରେ ଉପସ୍ଥାପନ କରାଯିବ ।