TOP STORIES

ପିପିଲି ସରକାରୀ ହସ୍ପିଟାଲରେ ୧୬ ବର୍ଷ ହେବ ଖୋଲୁନି ଓଟି

Spread It

ପିପିଲି,୨୩/୪(ଆଜି ପର୍ଯ୍ୟନ୍ତ)ପ୍ରତିଟି ଜୀବନ ମୂଲ୍ୟବାନ । ଅର୍ଥ ଅଭାବରୁ କେହି ଉତ୍ତମ ଚିକିତ୍ସାରୁ ବଂଚିତ ହେବେ ନାହିଁ । ଏହାହିଁ ରାଜ୍ୟ ସରକାରଙ୍କର ଲକ୍ଷ । ତେବେ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳର ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲ ହୋଇଥିବାବେଳେ ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୬ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ହସ୍ପିଟାଲରେ ଥିବା ଅସ୍ତ୍ରୋପଚାର(ଓଟି) ଗୃହ ଖୋଲୁନି ବୋଲି ଅଭିଯୋଗ ହୋଇଛି । ହସ୍ପିଟାଲର ଓଟି ୨୦୦୯ ପରଠାରୁ ବନ୍ଦ ହୋଇଯାଇଛି । ଉକ୍ତ ଓଟି ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଯନ୍ତ୍ରାସଂ କଳଙ୍କି ଲାଗି ଖତ ଖାଉଛି । ଦୁର୍ଘଟଣାଗ୍ରସ୍ତ ସାଧାରଣ ଖଣ୍ଡିଆ ଖାବର ହୋଇଥିବା ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରି ଦିଆଯାଉଛି । ଏନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଆମ ହସ୍ପିଟାଲ ଯୋଜନାରେ ଉକ୍ତ ହସ୍ପିଟାଲର ନବୀକରଣ କାର୍ଯ୍ୟ ଅଧାପନ୍ତିରିଆ ଥିବାବେଳେ ଏହାକୁ ଆଳ କରି ମଧ୍ୟ ରୋଗୀମାନଙ୍କୁ ଭୁବନେଶ୍ୱର ରେଫର କରିଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସାମାନ୍ୟ ଅସୁସ୍ଥ ରୋଗୀଙ୍କୁ ରେଫର କରାଯାଉଥିବାରୁ କ୍ୟାପିଟାଲ ହସ୍ପିଟାଲର କାଜୁଆଲଟିରେ କାର୍ଯ୍ୟରତ ଡାକ୍ତରମାନେ ଏନେଇ ନିଜ ନିଜର ଅସନ୍ତୋଷ ପ୍ରକାଶ କରୁଥିବା ଜଣାଯାଇଛି । ଡାକ୍ତରଙ୍କ କଥା ମାନି ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏହାକୁ ନେଇ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନେ ଅସନ୍ତୁଷ୍ଟ ହେଉଥିଲେ ମଧ୍ୟ କିଛି କହିପାରୁନାହାନ୍ତି । ଏ ସମ୍ପର୍କରେ ପିପିଲି ବ୍ଲକ ପ୍ରକଳ୍ପ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାଳି ପ୍ରସାଦ ମିଶ୍ରଙ୍କୁ ପଚାରିବାରେ ସର୍ଜରୀ ବିଶେଷଜ୍ଞ ଏବଂ ସ୍ତ୍ରୀ ରୋଗ ତଥା ପ୍ରସୂତୀ ବିଶେଷଜ୍ଞ ନଥିବାରୁ ଏ ସମସ୍ୟା ରହିଛି ଓ ଖୁବଶିଘ୍ର ଏହି ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *