ରାଜ୍ୟ

ନାବାଳିକା ଝିଆରୀକୁ ଦୁଷ୍କର୍ମ କଲା ଦାଦା

Spread It

 

ପିପିଲିରେ ପୁଣି ଲଜ୍ଜ୍ୟା, ଥମୁନି ନାବାଳିକା ଦୁଷ୍କର୍ମ

ପିପିଲି,୧୪/୫:(ଏପିନ୍ୟୁଜ) ପିପିଲି ଅଂଚଳରେ ଥମୁନି ନାବାଳିକା ଦୁଷ୍କର୍ମ ମାମଲା । ପୁଲିସ ପାଇଁ ଏହା ଚିନ୍ତାର କାରଣ ହୋଇଛି । ଦଶମ ଶ୍ରେଣୀର ଛାତ୍ରୀ ତଥା ୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କିୟ ବିବାହିତ ଦାଦା (୩୨) । ଗତ ଦୁଇମାସ ମଧ୍ୟରେ ଏହା ଚତୁର୍ଥ ନାବାଳିକା ଦୁଷ୍କର୍ମ ଘଟଣା । ଅଶ୍ଲିଳ ଫଟୋ ଭାଇରାଲର ଧମକ ଦେଇ ଏକାଧିକ ଥର ଦୁଷ୍କର୍ମ କରିଛି ଦାଦା ବୋଲି ସାତଶଙ୍ଖ ଫାଣ୍ଡିରେ ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ସାତଶଙ୍ଖ ଫାଣ୍ଡି ଅଂଚଳରେ । ପିଡ଼ିତାଙ୍କ ମାଙ୍କର ଅଭିଯୋଗ ଅନୁସାରେ ପଡ଼ୋଶୀ ସମ୍ପର୍କୀୟ ଦାଦା ପ୍ରତିଦିନ ନାବାଳୀକାଙ୍କର ଘରକୁ ଯିବା ଆସିବା କରନ୍ତି । ଏପରିକି ତାଙ୍କ ଘରେ ବହୁ ସମୟ ଧରି ଟିଭି ଦେଖନ୍ତି । ଏହାରି ମଧ୍ୟରେ ଦାଦାର ଲୋଲୁପ ଦୃଷ୍ଟି ପଡ଼ିଛି ଝିଆରୀ ଉପରେ । କୌଣସି ମତେ ଘରେ କେହିନଥିବାର ସୁଯୋଗ ନେଇ ସେ ପ୍ରଥମେ ଝିଆରୀଙ୍କୁ ଦୁଷ୍କର୍ମ କରିଥିଲା । ତାପରେ ଫଟୋ ଓ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଏକାଧିକ ଥର ଦାଦା ଝିଆରୀଙ୍କୁ ଦୁଷ୍କର୍ମ କରିଥିଲା । ଭୟରେ ନାବାଳିକା ମୁହଁ ଖୋଲୁନଥିଲା । ଆଜି ଭାଉଜ ସାହାସ ଦେବାରୁ ପିଡ଼ିତା ସବୁକଥା ଖୋଲିକି କହିଥିଲା ଓ ପରିବାର ଲୋକେ ସାତଶଙ୍ଖ ଫାଣ୍ଡିକୁ ଆସି ଲିଖିତ ଅଭିଯୋଗ କରିଥିଲେ । ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ ତୁରନ୍ତ ଉକ୍ତ ଗାଁକୁ ଯାଇ ଅଭିଯୁକ୍ତକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ଅଭିଯୁକ୍ତ ଦାଦା ବିବାହିତ ଓ ତାଙ୍କର ଦୁଇଟି ପୁଅ ଥିବା ଜଣାଯାଇଛି । ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିଛି । ପିଡ଼ିତା ଓ ଅଭିଯୁକ୍ତକୁ ଡାକ୍ତରୀ ମାଇନା କରାଯାଇଛି । ଆସନ୍ତା କାଲି ଅଭିଯୁକ୍ତକୁ ପୁରୀ ସ୍ୱତନ୍ତ୍ର(ପୋସ୍କ)କୋର୍ଟକୁ ଚାଲାଣ କରାଯିବ ବୋଲି ପୁଲିସ କହିଛି । ସୂଚନା ଅନୁସାରେ ଏହି ଘଟଣା ପିପିଲିରେ ଆଲୋଡ଼ନ ସୃଷ୍ଟି କରିଛି । ଗତ ଦୁଇମାସ ମଧ୍ୟରେ ଏହା ଚତୁର୍ଥ ନାବାଳିକା ଦୁଷ୍କର୍ମ ଘଟଣା । ପିପିଲି ଅଂଚଳରେ ମାର୍ଚ୍ଚ ୨୨ତାରିଖରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଜଣେ ସଂକୀର୍ତନ କଳାକାର ଦୁଷ୍କର୍ମ କରି ୫ମାସ ଗର୍ଭବତୀ କରାଇବା ଓ ସେହିମାସ ୩୧ତାରିଖରେ ୭ବର୍ଷିୟା ନାବାଳିକାକୁ ପିଉସା ଦୁଷ୍କର୍ମ କରିବା ଘଟଣା ଏବଂ ଗତ ୧୨ ତାରିଖରେ ଜଣେ ଫେରିବାଲା ୭ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ନାବାଳିକା ଦୁଷ୍କର୍ମ ଘଟଣା ଅଂଚଳବାସୀଙ୍କର ଚିନ୍ତାର କାରଣ ହୋଇଛି ।

Leave a Reply

Your email address will not be published. Required fields are marked *