ନିମାପଡ଼ା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ଉଦଘାଟିତ
ନିମାପଡ଼ା, (ଏ.ପିନ୍ୟିୁଜ) ପିଏମଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ବାରବାଟି ପଡ଼ିଆରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ। ଏହି କ୍ରିଡ଼ା ପ୍ରତିଯୋଗିତାରେ ବିଧ୍ୟାଳୟର ୪ଶହ ପ୍ରତିଯୋଗୀ ଅଶଂ ଗ୍ରହଣ କରିଛନ୍ତି । ବାର୍ଷିକ କ୍ରିଡ଼ା ପ୍ରତିଯୋଗିତାରେ ଶହେ , ଦୁଇ ଶହ , ଚାରିଶହ ଏବଂ ଦୈାଡ଼କୁଦ ,ସର୍ଟଫୁଟ, ଡ଼ିସକସ ପ୍ରତିଯୋଗୀତା ହେବ । ଆଜି ପୂର୍ବାହ୍ନରେ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତାର ପବିତ୍ର ମଶାଲକୁ ସିଦ୍ଧେଶ୍ବରମନ୍ଦିରରରୁ ୬ଜଣ କ୍ରିଡ଼ାବିତ ଦୈାଡ଼ିଦୈାଡ଼ିଆଣି ଥିଲେ ଏବଂ ମଶାଲକୁ ବାରବାଟୀ ପଡ଼ିଆରେ ମୁଖ୍ୟଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ମିଶ୍ରଙ୍କୁ ପ୍ରଦାନ କରିଥିଲେ। ପରେ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ସ୍ଥାନରେ ମଶାଲକୁ ପ୍ରଜ୍ବଳିତ କରାଯାଇଥିଲା। କ୍ରିଡ଼ା ବିତମାନଙ୍କର ମାର୍ଚ୍ଚ ପାଷ୍ଟରେ ମୁଖ୍ୟ ଅତିଥି ନାରାୟଣ ମିଶ୍ର,ମୁଖ୍ୟବକ୍ତା ପୁର୍ବତନ ପ୍ରଧାନ ଶିକ୍ଷକ ସଂଯୁକ୍ତା ମହାନ୍ତିସମ୍ମାନୀୟ ଅତିଥିଭାବେ ପରିଚାଳନା କମିଟିସଭାପତି ସମିମା ବେଗମ, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ବାଇଁ, ସାସଂଦ ପ୍ରତିନିଧି ମୀନଲତା ମହାନ୍ତି, କ୍ରିଡ଼ାବିତ ଧରେନ କୁମାର ବରାଳ ସମାଜସେବୀ ଲୀନା ମହାପାତ୍ର ପ୍ରମୁଖ ଅତିତିଭାବେ ଯୋଗଦେଇ କ୍ରିଡ଼ାବିତମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। କ୍ରିଡ଼ାରେ ଭାଗନେଇଥିବା ଛାତ୍ରମାନେ ଶପଥ ନେଇଥିଲେ। ପ୍ରଧାନ ଶିକ୍ଷକ ନନ୍ଦିତା ସାହୂଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କ୍ରିଡ଼ା ଶିକ୍ଷକ ରଣଜିତ କେଶରୀ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କ୍ରିଡ଼ାରେ ଦୁର୍ଗାଚରଣ ବାରିକ , ଜ୍ୟୋତିରଞନ ରଥଙ୍କସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତଥିଲେ।
