ବିଶ୍ବମ୍ଭର ବିଦ୍ୟାପୀଠ ରେ ପିଏମଶ୍ରୀ ଉତ୍ସବ ପାଳିତ। `
ପୁରୀ ୩/୧(ଏ.ପିନ୍ୟିୁଜ) ଜାତୀୟ ଶିକ୍ଷା ନୀତି ର ମୁଖ୍ୟ ଉଦ୍ଦେଶ୍ୟ ଶିକ୍ଷାନୁଷ୍ଠାନ ର ଭିତ୍ତିଭୂମିର ବିକାଶ ସହ ବିଦ୍ୟାର୍ଥୀ ଙ୍କର ସର୍ବାଙ୍ଗୀନ ବିକାଶ ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ବିଶ୍ବମ୍ଭର ବିଦ୍ୟାପୀଠ ପରିସରରେ ପିଏମଶ୍ରୀ ଉତ୍ସବ ପାଳିତ ହୋଇଥିଲା।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ଡା ପାତ୍ର ପାଠ ସହ ଅନ୍ୟାନ୍ୟ ଦିଗ ଯଥା କ୍ରିଡା,ସଂସ୍କୃତି,ଚିତ୍ରାଙ୍କନ, ବୈଷୟିକ ଜ୍ଞାନ ଇତ୍ୟାଦି କୁ ଗୁରୁତ୍ୱ ଦେଇ ଆଗକୁ ବଢିବା ପିଏମଶ୍ରୀ ବିଦ୍ୟାଳୟ ର ଉଦ୍ଦେଶ୍ୟ।ଆମ ଜିଲ୍ଲା ରେ ୨୭ ଟି ପିଏମଶ୍ରୀ ବିଦ୍ୟାଳୟ ହୋଇଛି।୨୦୩୬ ମସିହା କୁ ବିକଶିତ ଓଡିଶା ଓ ୨୦୪୭କୁ ବିକଶିତ ଭାରତର ପରିକଳ୍ପନା କୁ ଆମ ସମସ୍ତଙ୍କ ଉଦ୍ୟମ ରେ ସଫଳ କରିବା ବୋଲି କହିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲାଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଶିକ୍ଷକ, ପ୍ରକଳ୍ପ କୁ ବୁଲି ଦେଖି ଥିଲେ।ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିରେନ୍ଦ୍ର କୁମାର ମିଶ୍ର, ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। `
