ପିଏମ୍ ଶ୍ରୀ ନିମାପଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୫
ନିମାପଡା ୨୫/୦୪ (ଏପିନ୍ୟୁଜ) ଆଜି ସନ୍ଧ୍ୟାରେ ପିଏମ୍ ଶ୍ରୀ ନିମାପଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବର ମୁଖ୍ୟ ଅତିଥୀ ଭାବେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଶିଷ୍ଟ ଅତିଥୀଭାବେ ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ସମ୍ମାନିତ ଅତିଥୀ ଭାବେ ବ୍ଲକ୍ ଅଧ୍ୟକ୍ଷ ଶଙ୍କର ଭୋଇ, ଏନ୍ ଏ ସି ଅଧ୍ୟକ୍ଷା ଶଶ୍ମିତା ସାହୁ, ବିଡିଓ ଅଭିଜିତ ଷଡଙ୍ଗୀ, ତହସିଲଦାର ମନୋଜ ପ୍ରଧାନ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟୀ ଦାଶ, ଆଲମୁନୀ କମିଟି ସଭାପତି ନାରାୟଣ ମିଶ୍ର, ପରିଚାଳନା କମିଟିର ସଭାପତି ସସୀମା ବେଗମ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ । ୧୯୩୦ ମସିହାରେ ପ୍ରତିଷ୍ଠିତ ଏହି ଉଚ୍ଚ ବିଦ୍ୟାଳୟ ପୁରୀ ଜିଲ୍ଲାରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଦଣ୍ଡାୟମାନ ହୋଇଛି । ଦୀର୍ଘ ୯୫ ବର୍ଷ କାଳ ଜ୍ଞାନର ଆଲୋକ ବିତରଣ କରି ବହୁ କୃତି ସନ୍ତାନମାନଙ୍କୁ ସୃଷ୍ଟି କରିଛନ୍ତି । ସ୍କୁଲର ବରିଷ୍ଠ ଶିକ୍ଷକ ଜ୍ୟେତି ରଞ୍ଜନ ରଥ ସ୍ବାଗତ ଭାଷଣ ଦେବା ପରେ ଶୁଭମ୍ ମଲ୍ଲିକ ନାମକ ଛାତ୍ର ପ୍ରଧାନଶିକ୍ଷକଙ୍କୁ ଉତ୍ତରୀୟ ପିନ୍ଧାଇ ସମ୍ବର୍ନ୍ଧନ କରିଥିଲେ । ବାର୍ଷିକ ବିବରଣୀ ପ୍ରଧାନ ଶିକ୍ଷକ ନନ୍ଦିତା ସାହୁ ପାଠ କରିଥିଲେ ଏହା ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀମତୀ ସାହୁ ସ୍କୁଲର ଶ୍ରେଣୀଗୃହର ଅଭାବ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ ଏବଂ ଶ୍ରେଣୀ ଗୃହ ଗୁଡିକର ଛାତ ବିପଦ ଶଙ୍କୁଳ ଅବସ୍ଥାରେ ଥିବାର ଅସୁବିଧା ଏବଂ ଏକ ପ୍ରେକ୍ଷାଳୟ ଗୃହ ଅଭାବ ଏବଂ ଖେଳ ପଡିଆକୁ ଜବରଦଖଲକାରୀଙ୍କ ଠାରୁ ଉଦ୍ଧାର କରିବା ପାଇଁ ଧୃଷ୍ଟି ଆକଷର୍ଣ କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଉପଡୋକନ ଦେଇ ସମ୍ବର୍ଦ୍ଧନ କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ସ୍କୁଲର ଅଭାବ ଓ ଅସୁବିଧା କୁ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହା ପରେ ସ୍କୁଲର ଛାତ୍ରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଷ୍ଠିତ ହୋଇଥିଲା । ନିମାପଡା ଇନ୍ଦିରାଗାନ୍ଧୀ ମହିଳା ଡିଗ୍ରୀ କଲେଜ ଏବଂ ଇନ୍ଦରାଗାନ୍ଧୀ ମହିଳା ଉଚ୍ଚ ବିଦ୍ୟାଳୟରେ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂତନ ସ୍ମାର୍ଟ କ୍ଲାସ ରୁମ ଏବଂ ଇ-ଲାଇବ୍ରେରୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦ୍ଘାଟନ କରିଥିଲେ । ସରିତା ମହାପାତ୍ରଙ୍କୁ ସ୍କୁଲ ଓ ପରିଚାଳନା କମିଟି ତରଫରୁ ପ୍ସରଭାତୀ ପରଡା ସମ୍ବର୍ଦ୍ଧନା କରିଛନ୍ତି ।