ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ
ପୁରୀ , (ଏ.ପିନ୍ୟୁଜ)(ନୂଆ ବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ଗହଳି ର ଆଶା କରାଯାଉଛି।ଶ୍ରଦ୍ଧାଳୁ ଓ ପର୍ଯ୍ଯଟକ ମାନଙ୍କ ଶୃଙ୍ଖଳିତ ଦର୍ଶନ, ଭ୍ରମଣ ପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ପୂର୍ବ ବର୍ଷ ମାନଙ୍କ ତୁଳନାରେ ଚଳିତ ନୂତନ ବର୍ଷ ରେ ଅଧିକ ଜନ ସମାଗମ ର ଆଶା କରାଯାଉଥିବାରୁ ଏହାକୁ ସମନ୍ବୟ ର ସହ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ।ଶ୍ରଦ୍ଧାଳୁ ମାନେ ଯେପରି ଶୃଙ୍ଖଳିତ ଭାବେ ମନ୍ଦିର ଯିବେ, ମହାପ୍ରଭୁଙ୍କ ଦର୍ଶନ ସାରି ଯଥା ଶିଘ୍ର ମନ୍ଦିର ରୁ ପ୍ରସ୍ଥାନ କରିବେ ତାହାର ସୁ ବନ୍ଦୋବସ୍ତ କରାଯାଇଛି।ଏଥିପାଇଁ ନିୟୋଜିତ ମାଜିଷ୍ଟ୍ରେଟ ଓ ସୁରକ୍ଷା ବାହାରି ପରସ୍ପର ମଧ୍ୟରେ ସହଯୋଗ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ସେହିପରି ସ୍ୱଛତା,ପାନୀୟ ଜଳ ବଣ୍ଟନ, ସ୍ବାସ୍ଥ୍ୟ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,…
