ରାଜ୍ୟ

ପ୍ରାଚୀ ଆଳତି ଅନୁଷ୍ଠିତ ।

Spread It
 
ଚାରିଛକ, (ସନ୍ତୋଷ ଦାଶ) ଶନିବାର ଥିଲା ପବିତ୍ର ପୌଷ ପୂର୍ଣିମା।ନିକଟସ୍ଥ ତୁଳସୀପୁର ପଞ୍ଚାୟତର ବନ୍ଦେଶ୍ୱରଙ୍କ ପୀଠ ଠାରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରାଚୀ ନଦୀ ତଟରେ ମହା ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମ ମହା ସମାରୋହ ରେ ବାବା ଶ୍ରୀମନ୍ତ ରଥ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସନ୍ଧ୍ୟା ଆଳତି କରିବାର ତାତ୍ପର୍ଯ୍ୟ ପ୍ରାଚୀ ନଦୀ ଗଙ୍ଗା ନଦୀ ଠାରୁ ଶହେ ବର୍ଷ ବଡ଼ ବୋଲି କିମ୍ବଦନ୍ତୀ ରହିଅଛି । ଏହି ପୂଣ୍ୟତୋୟା ପ୍ରାଚୀ ନଦୀ କୂଳରେ ଦ୍ଵାଦଶ ମାଧବ, ଦ୍ଵାଦଶ ଚଣ୍ଡୀ, ଦ୍ଵାଦଶ ତୀର୍ଥ ରହିଥିବା ବେଳେ ଏଠାକୁ ପଞ୍ଚୁପାଣ୍ଡବ ଆସିଥିଲେ ବୋଲି ପ୍ରାଚୀ ମାହାତ୍ମ୍ୟ ରେ ବର୍ଣ୍ଣନା କରାଯାଇଛି । ପ୍ରାଚୀ ନଦୀର ଅନ୍ୟନାମ ଗୁପ୍ତ ସରସ୍ଵତୀ। ଅନନ୍ତ ଯୁଗର ମୁଖ୍ୟ ମାତୃଶକ୍ତି ଧାରଣ କରିଥିବା ଯୋଗୁଁ ତାଙ୍କର ଆଳତି କରି ତାଙ୍କର ଶରଣାଗତ ହୋଇଥିବା ଉପସ୍ଥିତ ଥିବା ସାଧୁ ମାନେ ପ୍ରକାଶ କରିଛନ୍ତି । ଏହି ମହା ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମ କୁ ପଣ୍ଡିତ ଅମୂଲ୍ୟ ମିଶ୍ର ଓ ରମାକାନ୍ତ ମିଶ୍ର ପରିଚାଳନା କରିଥିବାବେଳେ ସନ୍ତୋଷ ମିଶ୍ର କର୍ତ୍ତା ହୋଇଥିଲେ ।ମହା ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମ ରେ ବନ ବିହାରୀ ଦାଶ ,ସୁବାସ ଚନ୍ଦ୍ର ଦାଶ ,ସୁଶାନ୍ତ କୁମାର ସାହୁ ,ରଶ୍ମି ରଞ୍ଜନ ଦାସ ,ନିରଞ୍ଜନ ଜେନା , ସୋନିତା ମିଶ୍ର ,ସସ୍ମିତା ଦାଶ ଙ୍କ ସହିତ ଶତାଧିକ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ସହଯୋଗ କରିବା ସହିତ ମହା ସନ୍ଧ୍ୟା ଆଳତି ଦର୍ଶନ କରିଥିଲେ ।
 
 
 

Leave a Reply

Your email address will not be published. Required fields are marked *