ରାଜ୍ୟ

ପ୍ରଶାସନ ନାକ ତଳେ ଚାଲିଛି  ଲଘୁଜାତ ଖଣିଜ ପଦାର୍ଥ ର ଚୋରା କାରବାର

Spread It

ନିମାପଡ଼ା:(ଏ.ପି ନ୍ୟୁଜ) ନିମାପଡ଼ାରେ ଖୁଲାମ ଖୁଲାରେ ଚାଲିଛି ଲଘୁ ଖଣିଜ ପଦାର୍ଥର ଚୋରା କାରବାର। ଘର ନିର୍ମାଣ ପାଇଁ  ଆବଶ୍ୟକତା ପଡ଼ୁଥିବା ମାଙ୍କଡ଼ା ପଥର  ଖୋର୍ଦ୍ଧାଜିଲାରୁ ଚେରାରେ ଆଣି ନିମାପଡ଼ାରେ କଳାବଜାରରେ ବିକ୍ରି ହେଉଛି। ଏହି ଚୋର ମାଙ୍କଡ଼ା ପଥର ଗୁଡ଼ିକ ପରିବହନ କରୁଥିବା ଟ୍ରକ ଗୁଡ଼ିକ ପ୍ରତିଦିନ ସକାଳ ୫ଟାରୁ ନିମାପଡ଼ା ଜୟଶ୍ରୀ ଛକରେ ଲମ୍ବହୋଇ ଛିଡ଼ା ହେଉଛନ୍ତି। ନିମାପଡ଼ାରେ ଥିବା ପଥର ଦଲାଲମାନେ ଟ୍ରକରେ ଥିବା ୧୮୦ ଖଣ୍ଡ ପଥରର ମୂଲ୍ୟ ୧୮ ହଜାରରୁ ୨୦ ହଜାରଟଙ୍କା ମୂଲଚାଲକରି ନେଉଛନ୍ତି। ୨ ବର୍ଷ ପୂର୍ବେ ଏହି ପଥର ଟ୍ରକର ମୂଲ୍ୟ ୧୦ରୁ ୧୨ ହଜାର ଟଙ୍କାରେ ବିକ୍ରି ହେଉଥିଲା । ଖଣି ବିଭାଗର ଅନୁମତି ନଥାଇ ମାଫିଆମାନେ ପାଟପୁର ନିକଟରେଥିବା  କୁଶଭଦ୍ରା ନଦୀ ପଠାରୁ ଦିନ ଦ୍ବିପହରେ  ବେଆଇନଭାବେ ବାଲି ମାଟି ଜେସିବି ମାଧ୍ୟମରେ ଖୋଳି ଟ୍ରାକ୍ଟର ଗୁଡ଼ିକରେ ପରିବହନ କରୁଛନ୍ତି।  ଖଣି ବିଭାଗର ନିମାପଡ଼ାରେ ଅଫିସ ନଥିବାରୁ  ପୁଲିସ ଏବଂ ତହସିଲଦାରଙ୍କୁ ସରକାର ଏନଫୋର୍ସମେଣ୍ଟ ଅଧିକାରୀଭାବେ ଦାୟିତ୍ବ ତୁଲାଇବାକୁ ଦେଇଛନ୍ତି। କିନ୍ତୁ ଏହି ଦୁଇବିଭାଗ ନିଘୋଡ଼ ନିଦରେ ରହିଛି । ବାଲି ମାଫିଆମାନେ ତହସିଲ ଅଫିସ ଏବଂ ଥାନାରେ କାୟା ବିସ୍ତାର କରିରଖିଛନ୍ତି। ନିମାପଡ଼ା ଥାନାର କେତେକ  ହୋମଗାର୍ଡ଼ ଏହି ଚୋରା କାରବାରରେ ମଧ୍ୟସ୍ଥି ସାଜି ଦିନକୁ ଦିନ ମାଲାମାଲ୍ ହେଉଥିବା କେତେକ କର୍ମଚାରୀ ଅଭିଯୋଗ କରିଛନ୍ତି । ନିମାପଡ଼ା ତହସିଲର ଏକାଧିକ ରାଜସ୍ବ ସର୍କଲର ଅଧିକାରୀମାନେ ମାଟି ଓ ବାଲି ଚୋରା କାରବାରରକୁ ପ୍ରୋତ୍ସାହନ ଦେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଲଘୁ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରାକ୍ଟର ଗୁଡ଼ିକର ଚାଳକମାନଙ୍କ ନିକଟରେ ବୈଧ କାଗଜପତ୍ର ନଥିବା ଏବଂ ପ୍ରଶିକ୍ଷିତପ୍ରମାଣ ପତ୍ର ନଥିବା ଅଭିଯୋଗ ହୋଇଛି। ଚେରା କାରବାରକରୁଥିବା ମାଫିଆମାନେ ‌ ନିଦରୁ ଉଠିବାପୂର୍ବରୁ ଭୋର ୪ରୁ ସକାଳ ୮ ଟା ଓ ସଂଧ୍ୟା ସମୟରେ ରାତି ପର୍ଯ୍ୟନ୍ତ ଏବଂ ଛୁଟିଦିନ ଗୁଡ଼ିକରେ ଲଘୁ ଖଣିଜ ପଦାର୍ଥର  ଚେରା ପରିବହନ ହେଉଛି। ଏହା ପଛରେ ତହସିଲ ଅଫିସର କେତେକ କର୍ମଚାରୀ ମଧ୍ୟରେଜଣେ  ଚାଳକ ସମନ୍ବୟ କରୁଛନ୍ତି। ନିମାପଡ଼ାର ଲୋକମାନେ ଅହଂକାର ଓ ବ୍ୟାପକ ଦୁର୍ନିତି ବିରୁଦ୍ଧରେ ସେମାନଙ୍କର ଲୋକ ପ୍ରତିନିଧି ବଦଳାଇ ଯାହା ଆଶା କରିଥିଲେ ତାହା   ସଫଳ ହେଉନାହିଁ ବୁଦ୍ଧିଜିବିମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *