ରାଜନୀତିରାଜ୍ୟଶିକ୍ଷା

ଶିକ୍ଷୟିତ୍ରୀ ୨ବର୍ଷ ହେବ କାର୍ଯ୍ୟରେ ଯୋଗଦେଇଛନ୍ତି କିନ୍ତୁ ସ୍କୁଲକୁ ଆସୁନାହାଁନ୍ତି। ଡ଼େପୁଟେସନ ନିର୍ଦ୍ଦେଶକୁ ବାତିଲ କରିବାକୁ ପ୍ରଧାନ ଶିକ୍ଷକଙ୍କ ପ୍ରାର୍ଥନା

Spread It

 

ନିମାପଡ଼ା,୨୨/୫(ଏପିନ୍ୟୁଜ) ନିମାପଡ଼ା ବ୍ଲକ ଅନ୍ତର୍ଗତ ତମ୍ପାଳୋର ଦାମଦୋର ହାଇ ସ୍କୁଲରେ ସୁଚିସ୍ମିତା ଦାସ (କଳାର ଟ୍ରେଣ୍ଡ ଶିକ୍ଷକ) ଡ଼େପୁଟେସନ ବଦଳିହୋଇ ଗତବର୍ଷ ଜାନୁୟାରୀ ରୁ ଯୋଗଦେଇଛନ୍ତି। ହେଲେ ସେ ଶ୍ରେଣୀରେ ପାଠ ନପଢାଇ ଅନୁପସ୍ଥିତ ରହୁଥିବା ଜଶରିବା ପରେ ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ଅସନ୍ତୋଷ ପ୍ରକାଶ କରି ତାଙ୍କୁ ତମ୍ବାଳୋ ସ୍କୁଳରୁ ଫେରାଇନେବାକୁ ପୁରୀ ଜିଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖିଥିଲେ । କିନ୍ତୁ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଗତ ସାଧାରଣ ନିର୍ବାଚନ ସମୟରେ କମ୍ପ୍ୟୁଟର ଚଳାଇବା  ଜ୍ଞାନଥିବାରୁ ପାର୍ଟ ଟାଇମ କମ୍ପ୍ୟୁଟର ଓ କଳା ଶିକ୍ଷକ ଭାବେ ତମ୍ପାଳ ହାଇସ୍କୁଳରେ ଯୋଗ ଦେଇଥିଲେ । ସ୍କୁଲରେ  ପାଠ ପଢାଇବା ପାଇଁ କଳାଶିକ୍ଷକଙ୍କର ଅଭାବ ରହିଥିବା ବେଳେ ଶିକ୍ଷୟିତ୍ରୀ ସୂଚିସ୍ମିତା ଦାସ ଶ୍ରେଣୀରେ ଯୋଗଦେଉନଥିବା ଯୋଗୁଁ ଗତ ଶିକ୍ଷା ବର୍ଷରେ ୧୦ମ ଶ୍ରେଣୀର ପିଲାମାନଙ୍କ ପାଠ ପଢା ପଛେଇ ଯାଇଥିଲା । ଉକ୍ତ ଶିକ୍ଷୟିତ୍ରୀ ଶ୍ରେଣୀକୁ ନଆସି ବିଭିନ୍ନ ଆଳଦେଖାଇ ଛୁଟିରେ ରହୁଥିବା ସ୍କୁଲର ପ୍ରଧାନ ଶିକ୍ଷକ ପୁରୀ ଜିଲା ଶିକ୍ଷା ଅଧିକାରୀଙ୍କୁ ସ୍କୁଲରେ କଳା ଶିକ୍ଷକ ଅଭାବ ଦେଖାଦେବା ସହ ପାଠ ପଢାରେ ବ୍ୟାହାତ ହେଉଛି ବୋଲି ପତ୍ର ଲେଖି ଜଣାଇଥିଲେ। ତମ୍ପାଳୋ ସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଙ୍କୁ ଫେରାଇନେବା ପାଇଁ ଜିଲା ଶିକ୍ଷା ଅଧିକାରଙ୍କୁ ପ୍ରଧାନ ଶିକ୍ଷକ ଏବଂ ପରିଚାଳନା କମିଟି ସଭାପତି ପତ୍ର ଲେକିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।  ସ୍କୁଲରେ କଳା ଶିକ୍ଷକଙ୍କ ଅଭାବ କାରଣରୁ ପାଠ ପଢାରେ ବ୍ୟାହତ  ଥିବାବେଳେ  ନିଯୁକ୍ତିପାଇଥିବା କଳା ଶିକ୍ଷୟିତ୍ରୀଙ୍କ ତମ୍ପାଳ ହାଇସ୍କୁଲକୁ ଆସୁନାହାଁନ୍ତି। ଶିକ୍ଷକ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କଳାଶିକ୍ଷକ ଅଭାବଥିବାନେଇ ଛାତ୍ର ସମାଜ ପତ୍ରଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *