ରାଜ୍ୟ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୧୬୩ଜଣ ପ୍ରଜାଙ୍କୁ ପଟ୍ଟା ବାଣ୍ଟିଲେ

Spread It

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୧୬୩ଜଣ ପ୍ରଜାଙ୍କୁ ପଟ୍ଟା ବାଣ୍ଟିଲେ

ନିମାପଡ଼ା,୧୬/୬(ଏପିନ୍ୟୁଜ) ନିମାପଡ଼ା ତହସିଲ ଅଫିସ ପକ୍ଷରୁ ଆଜି ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ‌େ ବଣ୍ଟନ ମେଳାକୁ ଉଦଘାଟନ କରି ତହସିଲ ଅନ୍ତର୍ଗତ ମୋଟ ୧୬୩ ଜଣ ହିତାଧିକାରୀଙ୍କୁ ଜମିର ପଟ୍ଟା ବଣ୍ଟନ କରିଛନ୍ତି। ଏବଂ ସମସ୍ତ ଜମିଜମା ସମାସ୍ୟାର ସମାଧାନ କରାଯିବ ବୋଲି କହିଥିଲେ। ଆଜି ସଂଧ୍ୟାରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବଣ୍ଟନ ମେଳାରେ ମାନ୍ୟବାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଯୋଗଦେଇ ତହସିଲଦାର ରେକର୍ଡ଼ ଡ଼ିସଲା କରାଯାଇ ବଶାଂବଳୀ ସଂବୋଧ ସମ୍ବର୍କୀୟ ୧୨୦ ଜଣ ପ୍ରଜାଙ୍କୁ, ସିକିମ ପ୍ରଜା ୩୫ ଜଣ, ନିମାପଡ଼ା ବ୍ଲକ ଅଞ୍ଚଳରେ ଥିବା ୫ଟି ହାଇସ୍କୁଲର ଜମିବାଡ଼ିର ମାମଲା ଫଇସଲା କରାଯାଇ ପଟ୍ଟା, ବସୁନ୍ଧରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୩୦ ଜଣ ପ୍ରଜାଙ୍କୁ ସେମାନଙ୍କର ଭୂମିର ସତ୍ବ ବା ସ୍ଥାୟୀ ପଟ୍ଟା ବଣ୍ଟନ କରିଥିଲେ। ତହସିଲଦାର ମନୋଜ ପ୍ରଧାନ ପୌର ହିତ୍ବରେ ଅନୁଷ୍ଠିତ ବଣ୍ଟନ ମେଳା ସଭାରେ ଏ.ଡ଼ି.ଏମ (ରାଜସ୍ବ) ଶରତ ଚନ୍ଦ୍ର ମହାପାତ୍ର, ଉପଜିଲାପାଳ ରାଜକିଶୋର ଜେନା, ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ସାସଂଦ ପ୍ରତିନିଧି ମିନଲତା ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ଓଝା  ସମେତ ତହସିଲ ଅପିସର ଆର.ଇ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *