ଖେଲାର ବଜାରରେ ବିକ୍ରିହେଉଛି ଗର୍ଭନିରୋଧ ବଟିକା ଏବଂ କିଟ
ଖେଲାର ବଜାରରେ ବିକ୍ରିହେଉଛି ଗର୍ଭନିରୋଧ ବଟିକା ଏବଂ କିଟ
ଖେଲାର (ଏପି ନ୍ୟୁଜ) ଖେଲାର ବଜାରରେ ବେଆଇନ ଓ ବ୍ୟାପକଭାବେ ବିକ୍ରି ହେଉଛି ଗର୍ଭ ନିରୋଧକ ବଟିକା ଏବଂ ଗର୍ଭ ପରୀକ୍ଷା କିଟ। ଔଷଧ ଦୋକାନୀମାନେ ଡ଼ାକ୍ତରଙ୍କ ପ୍ରେସକ୍ରିପସନ ନଥାଇ ଆବାଧରେ ରୋଗୀମାନଙ୍କୁ ଗର୍ଭ ନିରୋଧକ ବଟିକା ବିକ୍ରି କରୁଛନ୍ତି। ବହୁ କୁମାରୀମାନେ ଗର୍ଭ ନିରୋଧକ ବଟିକା ଓ୍ୟୌଷଧ ଦୋକାନରୁ ଲୁଚାଛପାରେ ଅଧିକ ମୂଲ୍ୟ ଦେଇ କିଣୁଥିବା ଜଣାପଡ଼ିଛି। ଗର୍ଭ ନିରୋଧକ ବଟିକା ବାରମ୍ବାର ସେବନ କରିବା ଦ୍ୱାରା ବହୁ ପ୍ରକାର ପାଶ୍ୱପ୍ରତିକ୍ରିୟା ଦେଖାଯାଉଛି। ଏହି ଜାତୀୟ ଔଷଧ ଡ଼ାକ୍ତରଙ୍କ ଉପଦେଶ ନଥାଇ ସେବନ କଲେ ଶରୀରରେ ଗୁରୁତର ପାଶ୍ୱପ୍ରତିକ୍ରିୟା ଦେଖାଦେବସହ ବିବାହର ପରବର୍ତୀ ସମୟରେ ସନ୍ତାନ ନହେବାର ଏକ ପ୍ରମୁଖ କାରଣ ବିଶେଷଜ୍ଞ ଡ଼ାକ୍ତର ମତ ଦେଇଛନ୍ତି। ଖେଲାର ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ନଥିବାବେଳେ ଗର୍ଭ ନିରୋଧ ବଟିକା ଏବଂ ଗର୍ଭ ପରୀକ୍ଷା କିଟ ବିନା ପ୍ରେସକ୍ରିପସନରେ ଏହି ବଜାରରେ ଦୋକାନୀମାନେ ବହୁଳଭାବେ ବିକ୍ରି କରୁଛନ୍ତି। ଏହି ଔଷଧ ବିକ୍ରି କରିବା ପାଇଁ ଡ୍ରଗସ ନିୟନ୍ତ୍ରଣ ଅଧିକାରୀଙ୍କ ଅନୁମତି ଆବଶ୍ୟକ ଅଟେ। ଗ୍ରାମାଚଂଳରେ ଛତୁ ଫୁଟିଲାଭଳି ଔଷଧ ଦୋକାନ ବେଆଇନ ଭାବେ ଖୋଲାଯାଉଛି। ଏହି ଦୋକାନ ଗୁଡ଼ିର ଆୟ ବୃଦ୍ଧି ହେବାପାଇଁ ଗର୍ଭ ନିରୋଧକ ବଟିକା ଏବଂ ଗର୍ଭ ପରୀକ୍ଷା କିଟ କରୁଛନ୍ତି। ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଲା ଏନ ନାମକ ଏକ ଗର୍ଭ ନିରୋଧକ ବଟିକା ମାଗଣା ମିଳୁଥିବା ବେଳେ କୁମାରୀ ମାନେ ଲୋକଲଜ୍ୟା ଭୟରେ ଔଷଧ ଦୋକାନରୁ କ୍ରୟ କରି ସେବନ କରୁଥିବା ଜଣାପଡ଼ିଛି। ପୁରୀ ଜିଲା ଡ୍ରଗସ କଂଟ୍ରୋଲର ଔଷଧ ଦୋକାନ ଗୁଡ଼ିକ ରୀତିମତ ଯାଞ୍ଚ କରୁନଥିବାରୁ ବେଆଇନ ଔଷଧ କାରବାର ଦିନକୁ ଦିନ ବଢିବାରେ ଲାଗିଛି। ଔଷଧ ଦୋକାନଗୁଡ଼ିକ ଡ଼୍ରଗସ କଣ୍ଟ୍ରୋଲର ତନଖି କରିବାକୁ ସାଧାରଣରେ ଦାବୀ ହେଉଛି।