କ୍ରୀଡାରାଜ୍ୟ

ପୁରୀ ଅଫିସିଆଲ ପ୍ରିମିୟର ଲିଗ ଉଦଯାପିତ ଓ ନିମାପଡା ଦଳ ୪ ୱ୍ବିକେଟ ରେ ବିଜୟୀ

Spread It

ପୁରୀ/ନିମାପଡା ୧୦/୫ ଐତିହାସିକ ନିମାପଡା ବାରବାଟୀ ପଡିଆ ଠାରେ ନିମାପଡା ତହସିଲ ପକ୍ଷରୁ ଅନୁଷ୍ଠିତ ପୁରୀ ଅଫିସିଆଲ ତୃତୀୟ ପ୍ରିମିୟର ଲିଗରେ ନିମାପଡା  ଦଳ ଚମ୍ପିୟାନ ହୋଇଛି।ଆଜି ପୂର୍ବାହ୍ନରେ ଗୋପ ଓ ନିମାପଡା ଅଫିସିଆଲ ଗୃପ ମଧ୍ୟରେ ଏହି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଗୋପ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୬ୱିକେଟ ବିନିମୟରେ ୧୦୮ ରନ କରିଥିଲେ।ନିମାପଡା ଦଳ ୬ୱିକେଟ ବିନିମୟରେ ୧୫.୫ ଓଭରରେ ୧୧୨ରନ କରି ବିଜୟୀ ହୋଇଥିଲେ।ଏଥିରେ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ନିମାପଡା ତହସିଲଦାର ମନୋଜ କୁମାର ପ୍ରଧାନ ଯୋଗ ଦେଇ ଖେଳ ଶୃଙ୍ଖଳା ଓ ଭାଇଚାରାର ଶିକ୍ଷା ଦେଇଥାଏ ବୋଲି କହିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ପରେ ଚମ୍ପିୟାନ ଦଳକୁ ୨୦ ହଜାର ଟଙ୍କା ର ଚେକ ସହ ଟ୍ରଫି ଓ ରନର୍ସ ଅପ ଦଳକୁ ୧୫ ହଜାର ଟଙ୍କା ର ଚେକ ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଗୋପ ପକ୍ଷରୁ କାମାକ୍ଷା ପ୍ରସାଦ ମଲ୍ଲିକ ସର୍ବାଧିକ ୪୦ ରନ କରିଥିବା ବେଳେ ନିମାପଡା ପକ୍ଷରୁ ସତ୍ଯବାନ ପଲେଇ ୩ଟି ୱିକେଟ ନେଇଥିଲେ । ନିମାପଡା ପକ୍ଷରୁ ମନୋଜ କୁମାର ବେହେରା ୭୦ ରନ କରିଥିବା ବେଳେ ଗୋପ ପକ୍ଷରୁ ଜିତେନ୍ଦ୍ର ଛାଟୋଇ ଓ ପଙ୍କଜ ଖଟୋଇ ୨ ଟି ଲେଖାଏଁ ୱିକେଟ ନେଇଥିଲେ।ନିମାପଡା ଦଳର ମନୋଜ କୁମାର ବେହେରା ୭୦ ରନ କରିବା ସହ ଗୋଟିଏ ୱିକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ଟ୍ରଫି ଦିଆଯାଇଥିଲା।ଏଥିରେ ନିମାପଡା ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ସତ୍ୟବାଦୀ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା, ରାଜସ୍ବ ପର୍ଯ୍ୟବେକ୍ଷକ ରାମଚନ୍ଦ୍ର ମହାପାତ୍ର, ସେକ୍ସନ ଅଫିସର ସସ୍ମିତା ଦାସ, ସମସ୍ତ ରାଜସ୍ବ ନିରୀକ୍ଷକ, ଉଭୟ ନିମାପଡା ଓ ଗୋପ ତହସିଲର କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *