ରାଜ୍ୟ

ପ୍ରେସ ଦିବସ ପାଳନ ପାଇଁ କାର୍ଯ୍ୟକ୍ରମ ରୂପରେଖ ପ୍ରକାଶ

Spread It

ନିମାପଡ଼ା,( ଆଜି ପର୍ଯ୍ୟନ୍ତ) ଆସନ୍ତା ୧୬ ତାରିଖରେ ସ୍ଥାନୀୟ ମୁକ୍ତାକାଶ ରଂଗମଂଚରେ ପ୍ରେସ ଦିବସ ଓ ନିମାପଡ଼ା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଦୁଇଦିନ ଧରି ପାଳନ କରାଯିବ। ପ୍ରେସ ଦିବସ ପାଳନ ରେ ରାଜ୍ୟର ବହୁ ଗଣମାଧ୍ୟମର ରାଜ୍ୟସ୍ତରୀୟ ପ୍ରତିନିଧିମାନେ ଯୋଗଦେବେ । ପ୍ରେସକ୍ଲବର ସଦସ୍ୟମାନେ ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ଆଜି କାର୍ଯ୍ୟକ୍ରମର ରୂପରେଖସହ ପ୍ରେସ କ୍ଲବ ସଦସ୍ୟମାନଙ୍କୁ କାର୍ଯ୍ୟକ୍ରମ ପରିଚାଳନାର ଦାୟିତ୍ବ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା,ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଶୀଂ ସୂରଜ ,ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଏବଂ ଏନ.ଏ.ସି ଅଧ୍ୟକ୍ଷ ଏବଂ ସ୍ଥାନୀୟ ରାଜନୈତିକ ଦଳର ନେତା ଓ ସମାଜସେବୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦୁଇଦିନ ସଂଧ୍ୟା ସମୟରେ ସଙ୍ଗୀତଭିତ୍ତିକ ମେଲୋଡ଼ି ଏବଂ , ନୃତ୍ତ୍ୟାଳୟର କଳାକାରମାନ ଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ । ବରିଷ୍ଠ ସମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ପ୍ରେସ କ୍ଲବର ସଭାପତି ଅକ୍ଷୟ ବେହେରା ଉପସଭାପତି ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର ସୁଚନା ଦେଇଥିଲେ। ସଂପାଦକ ରମାକାନ୍ତ ବେହେରା ଓ ସଙ୍ଗଠନ ସଂପାଦକ ସୁଦର୍ଶନ ବେହେରାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ତିତ ଥିଲେ।

Leave a Reply

Your email address will not be published. Required fields are marked *