Uncategorized

ଜିଲାସ୍ତରୀୟ ପ୍ରେସ ଦିବସ ପାଳନ

Spread It

ସଠିକ, ନିରପେକ୍ଷ ଓ ସତ୍ୟ ସମ୍ବାଦ ଗଣତନ୍ତ୍ର କୁ ସୁଦୃଢ କରେ।
ପୁରୀ ୧୬/୧୧ ସାଧାରଣ ଲୋକଙ୍କ ଆଶା, ଭରସା ଓ ବିଶ୍ୱାସର ପ୍ରତୀକ ଗଣମାଧ୍ୟମ।ଏହା ସତ୍ୟ, ଅନୁସନ୍ଧାନଧର୍ମୀ, ନିରପେକ୍ଷ ଓ ସାଧାରଣ ଲୋକ ଙ୍କ ସମସ୍ୟା ସମାଧାନ ରେ ବ୍ରତୀ ହେବା ଉଚିତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିପରିସର ପୁରୀ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା। ଚଳିତ ବର୍ଷର ଆଲୋଚ୍ୟ ପ୍ରସଙ୍ଗ “ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ବିଶ୍ବାସନୀୟତାର ସଂରକ୍ଷଣ” ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଭୋଇ ସମ୍ବାଦ ସଂଗ୍ରହ ଓ ପରିବେଷଣ ଶୈଳୀରେ ପୂର୍ବାପେକ୍ଷା ଅନେକ ପରିବର୍ତ୍ତନ ଘଟିଛି।କିନ୍ତୁ ସମାଜ କୁ ଶୃଙ୍ଖଳିତ ଓ ଭ୍ରମାତ୍ମବିକଶିତ କରିବା ରେ ଗଣମାଧ୍ୟମ ପୂର୍ବ ପରି ତାହାର ପ୍ରଚେଷ୍ଟା ଜାରି ରଖିଛି।ଗଣତନ୍ତ୍ର କୁ ସୁଦୃଢ କରିବାରେ ୪ ଟି ଯାକ ସ୍ତମ୍ଭ ର ସମନ୍ୱୟ ଓ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ।ତେବେ ଭ୍ରମାତ୍ମକ ସମ୍ବାଦ ଶିଘ୍ର ବ୍ୟାପେ ଓ ସମାଜ ରେ ଏହାର ନକରାତ୍ମକ ପ୍ରଭାବ ଅଧିକ।ଏହାକୁ ପ୍ରତିହତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।ଉପ ଜିଲ୍ଲାପାଳ ରାଜ କିଶୋର ଜେନା  କାଳରେ ଗଣମାଧ୍ୟମର ଭୂମିକା, ସ୍ବାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ଗଣମାଧ୍ୟମ  ଭୂମିକା ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଗଣତନ୍ତ୍ର କୁ ମଜବୁତ କରିଥାଏ ବୋଲି କହିଥିଲେ। ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।୧୯୬୬ ରେ ପ୍ରେସ କାଉନସିଲ ଗଠନ ଓ ପରେ ଗଣମାଧ୍ୟମ ଦିବସ ପାଳନ ର ପୃଷ୍ଠଭୁମି ସମ୍ପର୍କରେ ଆଲୋଚନା କରିବା ସହ ବିବିଧ ସମସ୍ୟା କୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ସମାଧାନ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ବ୍ରତ ଭାବେ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ।ଯାହା ଦ୍ୱାରା ସାଧାରଣ ଲୋକଙ୍କ ଭରସା ଓ ବିଶ୍ୱାସ ଗଣମାଧ୍ୟମ ପ୍ରତି ବୃଦ୍ଧି ପାଇବ ବୋଲି ସେ କହିଥିଲେ।ବରିଷ୍ଠ ପତ୍ରକାର ଜୁପିଟର ଦାସ ଓ ବିଶ୍ବଜିତ ପଟ୍ଟନାୟକ ଗଣମାଧ୍ୟମ ର କାର୍ଯ୍ୟ କାରିତା,ସମସ୍ୟା, ବିଭିନ୍ନ ବିପଦ ପୂର୍ଣ୍ଣ ସମୟରେ ସେମାନଙ୍କ କାର୍ଯ୍ୟ ଓ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ।ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ସଭା ପରିଚାଳନା କରି ଗଣମାଧ୍ୟମ ସାଧାରଣ ଜନତା ର ସ୍ବର ହେବା ସହ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ ରେ ସହଯୋଗ ରଖିବା ଓ ଭ୍ରମାତ୍ମକ ସମ୍ବାଦ ପରିବର୍ତ୍ତେ ସଠିକ ତଥ୍ୟ ଭିତ୍ତିକ ସତ୍ୟ ସମ୍ବାଦ ପରିବେଷଣ ପାଇଁ ଅନୁରୋଧ କରିଥିଲେ।ପୂର୍ବରୁ ଅନୁଷ୍ଠିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ପ୍ରାରମ୍ଭରେ ବନ୍ଦେ ମାତରମ ସଂଗୀତ ପରିବେଷଣ କରାଯାଇଥିଲା।ଦିବଙ୍ଗତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଶେଷରେ ସହକାରୀ ଜିଲ୍ଲା ସୂଚନା ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ସେନାପତି, ପ୍ରୋଜେକ୍ସନିଷ୍ଟ ପ୍ରସନ୍ନ କୁମାର ସାହୁ, କର୍ମଚାରୀ ମିନତୀ ଦାସ, ରବୀନ୍ଦ୍ର କୁମାର ଦାସ,ପ୍ରଦୀପ୍ତ ପଟ୍ଟନାୟକ, ସୁବ୍ରତ କୁମାର ସାହୁ, ତ୍ରୀନାଥ ପାତ୍ର, ପ୍ରତିମା ମହାନ୍ତି, ଲକ୍ଷ୍ମୀଧର ନାୟକ ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *