Uncategorizedରାଜ୍ୟ

ପୋଷଣ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ।

Spread It

ପୁରୀ ( ଏ.ପି ନିୟୁଜ) ଉପଯୁକ୍ତ ପୋଷଣ ଶିଶୁ କୁ ସୁସ୍ଥ ଓ ନିରୋଗ ରଖିବା ସହ ତାହାର ମାନସିକ ସୁସ୍ଥତା ପାଇଁ ସହାୟକ ହୋଇଥାଏ।ସେଥିପାଇଁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ରୁ ଅକ୍ଟୋବର ମାସ ମଧ୍ୟରେ ପୋଷଣ ମାହ ବା ମାସର ଆୟୋଜନ କରାଯାଇଥାଏ।ଏହା ଦ୍ଵାରା ଉପଯୁକ୍ତ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଏହାକୁ ଯେପରି ଲୋକାଭିମୁଖୀ କରାଯିବ ସେଥି ପ୍ରତି ବ୍ୟବସ୍ଥା କରାଯାଇଥାଏ।ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ଓ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ପର‌୍ୟ୍ୟନ୍ତ ପୋଷଣର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ।କନଭରଜେଣ୍ଟ ଆକ୍ସନ ଓ ଡିଜିଟାଇଜେସନ,ଏର୍ଲି ଚାଇଲ୍ଡହୁଡ କେଆର ଓ ଏଡୁକେସନ, ଇନଫାନଟ୍ ଓ ୟଙ୍ଗ ଚାଇଲ୍ଡ ଫିଡ ପ୍ରାକ୍ଟିସ୍,ମେନ ଷ୍ଟ୍ରିମିଂ,ଆଡ୍ରେସ ଓବେସିଟି ଓ ଭୋକାଲ ଫର ଲୋକାଲ ଏହି ଭଳି ୬ଟି ବିନ୍ଦୁ କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଆଜିର ରାଜ୍ୟସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାହ ବା ମାସ ୨୦୨୫ କାର୍ଯ୍ୟକ୍ରମ ବିଭିନ୍ନ ପୋଷଣ କାର୍ଯ୍ୟକଳାପ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରୀ ଜିଲ୍ଲାକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି ଏବଂ ରାଜ୍ୟ ମଧ୍ୟରେ ପୋଷଣର ମୁଖ ଚିହ୍ନନ ପ୍ରଣାଳୀରେ ମଧ୍ୟ ପୁରୀ ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି।ଆଜି ଭୁବନେଶ୍ୱର ଲୋକସଭା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବ ରେ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଓ ନିର୍ଦ୍ଦେଶକ ମନୀଷା ବାନାର୍ଜୀ ଙ୍କ ଠାରୁ
ଏହି ପୁରସ୍କାର କୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଓ ପୋଷଣର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର ଗ୍ରହଣ କରିଥିଲେ।ଏହି ସଫଳତା ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମାଜ କଲ୍ୟାଣ ଅଧିକାରୀ ଓ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଏହି ସଫଳତା କୁ ପାଥେୟ କରି ଆଗକୁ ଆହୁରି ଅଧିକ କାର‌୍ୟ୍ୟ କରି ଜିଲ୍ଲାର ସୁନାମ ବୃଦ୍ଧି କରିବାକୁ ସେ ଆହ୍ବାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *