ରାଜ୍ୟ

ଜିଲ୍ଲା ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ

Spread It

ତା- ୧୨-୧୨-୨୫ ରିଖ ପୁରୀ ଜିଲ୍ଲା ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ପୁରୀ ଜିଲ୍ଲା ସଦର ବ୍ଲକ୍ ର ରାମହରି ନୋଡାଲ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ମୋଟ୍ ୭୭ ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ ୭ ଟି ବିଭାଗରୁ ମୋଟ୍ ସାତ ଗୋଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲା । ଏହାର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପିପିଲିର ମାନ୍ୟବର ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦାନ କରି ଛାତ୍ରଛାତ୍ରୀମାନେ ପ୍ରକଳ୍ପ ଗଠନ କରିବା ଦ୍ୱାରା ସେମାନଙ୍କ ଜିଜ୍ଞାସା ବୃଦ୍ଧି ପାଇବା ସହିତ ସେମାନେ ନୂଆ ନୂଆ ସୃଷ୍ଟି କରି ଦେଶ ଓ ଜାତିକୁ ଆଗେଇ ନେଇଥାନ୍ତି ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡ଼ା, ବିଇଓ,ଡେଲାଙ୍ଗ ଶତ୍ରୁଘ୍ନ ପରିଡ଼ା, ବିଇଓ, ପିପିଲି, ପୀତବାସ ସେଠୀ, ପ୍ରଧାନ ଶିକ୍ଷକ ସୁଶୀଲ କୁମାର ମହାପାତ୍ର, ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଦ୍ଵାରା ପିଲାମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଏହାର ଉଦ୍ଜାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଠାଣି ସାମନ୍ତ ପ୍ଲାନେଟରିୟମ୍ ର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଉପସ୍ଥିତ ରହି ପିଲାମାନଙ୍କ ପ୍ରକଳ୍ପ ଗୁଡ଼ିକୁ ପ୍ରଶଂସା କରିଥିଲେ ଓ କୃତୀ ପ୍ରକଳ୍ପ ଧାରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀକୁ ପୁରୀ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀକୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ସାମଗ୍ରିକ ଭାବେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କ ନିର୍ଦ୍ଦେଶନା ଓ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ହରିହର ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବନ୍ଦିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *