ରାଜ୍ୟ

ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଜିଲ୍ଲାପାଳ।

Spread It

 

ପୁରୀ ୧୬/୧୦ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ବିକାଶ କୁମାର ସାମଲ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ବ୍ଲକ ରେ କାର୍ଯ୍ୟରତ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦାନ କରି ଆଲୋଚନା ରେ ଭାଗ ନେଇଥିଲେ। ଉକ୍ତ ବୈଠକରେ ସାଂସଦ ପାଣ୍ଠି, ବିଧାୟକ ପାଣ୍ଠି ,ବକେୟା ବିଜୁଳି ଦେୟ, ପରିମଳ ସମସ୍ୟା, ପର୍ଯ୍ୟଟନ ଭିତ୍ତିଭୂମି ଗୁଡିକର ବିକାଶ ମୂଳକ କାର୍ଯ୍ୟ, ପାନୀୟ ଜଳ, ବିକଶିତ ଗାଁ ବିକଶିତ ଓଡିଶା, ଗ୍ରାମୀଣ ଆବାସ ଯୋଜନା, ମନରେଗା ଯୋଜନା, ସ୍କୁଲ ଭିତ୍ତିଭୂମି ବିକାଶ ଯୋଜନା, ମିଶନ ଶକ୍ତି ଦ୍ଵାରା ପରିଚାଳିତ ବିଭିନ୍ନ ଭିତ୍ତିଭୂମି ର ନିର୍ମାଣ, ୧୫ ତମ କେନ୍ଦ୍ରୀୟ ଅର୍ଥ କମିଶନ, ପଞ୍ଚମ ରାଜ୍ୟ ଅର୍ଥ କମିଶନ ମାଧ୍ୟମରେ ଆସୁଥିବା ବିଭିନ୍ନ ପ୍ରକଳ୍ପ, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ତଥା ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *