ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ପୁରୀ ଜିଲ୍ଲାର ୬ ଟି ଗ୍ରାମ ପଞ୍ଚାୟତ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ।
ପୁରୀ (ଏ.ପିନ୍ୟୁଜ) ଆଜି ପୂର୍ବାହ୍ନରେ ଓସୱ୍ବାନ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ପୁରୀ ଜିଲ୍ଲାରେ ୬ ଗୋଟି ଗ୍ରାମ ପଞ୍ଚାୟତ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।ଏହି ୬ ଗୋଟି ପଞ୍ଚାୟତ ହେଲା ଡେଲାଙ୍ଗ ବ୍ଲକର କଲ୍ୟାଣପୁର, ଗୋପ ବ୍ଲକର ଡଭାର,କଣାସ ବ୍ଲକର ଗଡ ବଳଭଦ୍ରପୁର,କୃଷ୍ଣ ପ୍ରସାଦ ବ୍ଲକର ଗୋପୀନାଥପୁର,ନିମାପଡା ର ଭୋଗସଳଦା ଓ ସଦର ବ୍ଲକର ପ୍ରତାପ ପୁରୁଷୋତ୍ତମପୁର।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ମଧ୍ୟ ପୁରୀ ଜିଲ୍ଲାର ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୨୩୨୧ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ୪୦ ହଜାର ଟଙ୍କା ହିସାବରେ ୯ କୋଟି ୫୨ ଲକ୍ଷ ଟଙ୍କା ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅନ୍ତୋଦୟ ଆବାସ ଯୋଜନା ର ହିତାଧିକାରୀମାନଙ୍କୁ ଏହି କାର୍ୟ୍ୟାଦେଶ ପ୍ରଦାନ କରିବା ସହ ସେମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗୃହ ଗୁଡିକୁ ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଇଥିଲେ। ପୁରୀ ଜିଲ୍ଲାର ଅନ୍ତୋଦୟ ଆବାସ ଯୋଜନା ଅଧୀନରେ ଘର ନିର୍ମାଣ ପାଇଁ ଅନ୍ତୋଦୟ ଆବାସ ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଅର୍ଥ ଆଜି ପ୍ରଦାନ କରାଯାଇଛି।ଏହି କାର୍ୟ୍ୟକ୍ରମ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ,ସଦର ବିଡ଼ିଓ ସମ୍ବିତ ଶତପଥୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ଆଭାସୀ ମାଧ୍ୟମରେ ସମସ୍ତ ବ୍ଲକରେ ବିଡ଼ିଓ ଓ ପଞ୍ଚାୟତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ହିତାଧିକାରୀଙ୍କୁ କାର୍ୟ୍ୟାଦେଶ ବଣ୍ଟନ କରିଥିଲେ।
